ଆଫତାବକୁ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇଲେ କୋର୍ଟ

Spread the love

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବକୁ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି କୋର୍ଟ। ଆଜି ମଧ୍ୟ ଭର୍ଚ୍ୟୁଆଲ ଫୋରମରେ ଆଫତାବଙ୍କୁ କୋର୍ଟରେ ହାଜର କରାଯାଇଛି। ଆମ୍ବେଦକର ହସ୍ପିଟାଲରୁ ଆଫତାବକୁ କୋର୍ଟରେ ହାଜର କରାଯାଇଛି।

ଆଜି କୋର୍ଟ ଆଫତାବକୁ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଥିବା ବେଳେ ଆସନ୍ତା ୨୮ ତାରିଖରେ ତାର ନାର୍କୋ ଟେଷ୍ଟ ହେବା ବିଶେଷ ସୂତ୍ରରୁ ଜଣାପଡିଛି। ସେହିପରି ଆଫତାବର ଘରୁ ମିଳିଥିବା ରକ୍ତ ନମୁନା ତଥା ଜଙ୍ଗଲରୁ ମିଳିଥିବା ଶରୀରର ଅଂଶ ସହ ଶ୍ରଦ୍ଧାଙ୍କ  ବାପା ବିକାଶ ୱାର୍କରଙ୍କ ଡିଏନଏ ମ୍ୟାଚ କରାଯାଉଛି।

ଆଫତାବ ଶ୍ରଦ୍ଧାଙ୍କ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଦେଇଥିଲା। ପୁଲିସ ଆଫତାବକୁ ନେଇ ସିନ ରିକ୍ରିଏସ କରିବା ସହ ସେହି ସବୁ ସ୍ଥାନରୁ ଶ୍ରଦ୍ଧାଙ୍କ ଶରୀରର ଅଂଶ ସଂଗ୍ରହ କରିଥିଲା।

Leave a Reply

Your email address will not be published. Required fields are marked *