ଫାଇନାନ୍ସର ପାଇଁ ଆତ୍ମହତ୍ୟା କଲେ ୪୨ ବର୍ଷୀୟ ଯୁବକ। ଦିଲ୍ଲୀର କୈଳାସନଗରରେ ରହୁଥିବା ମୋହନ ବିଷ୍ଣୋୟୀ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି। ମରିବା ଆଗରୁ ଭିଡ଼ିଓ କରିଥିଲେ। ୫୦ହଜାର ଟଙ୍କା ଉଧାର ଆଣି କେମିତି ସୁଧ ସୁଝି ସୁଝି ସେ ନୟାନ୍ତ ହେଲେଣି, ତାହାର ପୁରା ବିବରଣୀ ଭିଡ଼ିଓରେ ବଖାଣିଛନ୍ତି। ତାଙ୍କ ମୃତ୍ୟୁ ଲାଗି ଫାଇନାନ୍ସର ସଞ୍ଜୀବ ଜୈନଙ୍କୁ ଦାୟୀ କରିଛନ୍ତି ମୋହନ। ଭିଡିଓରେ କହିଥିଲେ, ୨୦୧୪ରେ ସେ ସଞ୍ଜୀବଙ୍କଠୁ ୫୦ହଜାର ଟଙ୍କା ଧାର ଆଣିଥିଲେ। ୮ ବର୍ଷ ଧରି ସେ ଏହାର ସୁଧ ଦେଇଚାଲିଥିଲେ। କିନ୍ତୁ ଏହାର ପରିମାଣ କମିବା ବଦଳରେ ଏବେ ୧୦ଲକ୍ଷ ଟଙ୍କା ହୋଇଗଲାଣି। ଏହା କେମିତି ହେଲା। ସେ ସୁଝିବା ପରେ ବି ଏତେ ଟଙ୍କା ତାଙ୍କ ମୁଣ୍ଡ ଉପରେ ଥିବା ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଛି। ସେଥିଲାଗି ଆତ୍ମହତ୍ୟା ଛଡ଼ା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ। ବହୁ ଟଙ୍କା ପୈଠ କରିସାରିଲେଣି। ଏପରିକି ଟଙ୍କା ସୁଝି ସୁଝି ତାଙ୍କ ଘର ବି ଖାଲି ହୋଇଗଲାଣି। ସେ କୌଣସି ଖରାପ କରିନାହାନ୍ତି କି କାହାକୁ ଧୋକା ବି ଦେଇନାହାନ୍ତି। ତାଙ୍କ ମୃତ୍ୟୁ ଲାଗି ଋଣ ଦେଇଥିବା ବ୍ୟକ୍ତି ହିଁ ଦାୟୀ କହି ଝୁଲି ପଡ଼ିଛନ୍ତି ମୋହନ। ଭିଡିଓ ଭାଇରାଲ ପରେ ପତ୍ନୀଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜୈନଙ୍କୁ ଗିରଫ କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now