ଧରାକୋଟ ଦଳିତ ନିର୍ଯାତନା- ପ୍ରଶାସନର ଅବହେଳା ଚରମସୀମାରେ

ଧରାକୋଟର ସିଂପୁରରେ ଗୋସୁରକ୍ଷା ନାଁରେ ଦୁଇ ଦଳିତଙ୍କ ପ୍ରତି ହୋଇଥିବା ନିର୍ଯାତନାରେ ଆକ୍ସନ ନେଇଛି ପୁଲିସ। ପୁଲିସ ଏ ଘଟଣାରେ ୯ ଅଭିଯୁକ୍ତଙ୍କୁ ଧରିଛି। ଯେଉଁଥିରେ ୭ ଜଣଙ୍କ ସିଧାସଳଖ ସଂପୃକ୍ତି ରହିଛି। ଗଞ୍ଜାମ ଏସପି ଏଭଳି ସୂଚନା ଦେଇଛନ୍ତି। ସେପଟେ ଦଳିତଙ୍କ ପ୍ରତି ଏଭଳି ଅମାନୁଷିକ ନିର୍ଯ୍ୟାତନା ନେଇ ମୂଳ ନିବାସୀ ୟୁନାଇଟେଡ୍ ଫୋରମ ସଂଗଠନର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗାଁକୁ ଯାଇ ପୀଡ଼ିତ ପରିବାରକୁ ଭେଟିଛି। ଏଭଳି ସମ୍ୱେଦନଶୀଳ ଓ ସ୍ପର୍ଶକାତର ପ୍ରସଙ୍ଗରେ ୟୁପିରୁ ବଳିଗଲା ଓଡ଼ିଶା ବୋଲି କହିଛନ୍ତି ସଂଗଠନ ସଭାପତି ବିଦ୍ୟାଧର ଦେହୁରୀ। ଜିଲ୍ଲାପାଳ କି ଏସପି ବି ଏଯାଏଁ ଗାଁକୁ ଗଲେନି କି ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇଲେନି। କେବଳ ନାଁକୁ ମାତ୍ର ୧୦ହଜାର ଟଙ୍କା ବଢ଼ାଇଦେଇ କାମ ସାରିଦେଇଛି ଜିଲ୍ଲାପ୍ରଶାସନ। ଗାଁରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ କୌଣସି ପଦକ୍ଷେପ ନେଇନାହାନ୍ତି। ଘଟଣାର ୩ ଦିନ ପରେ ଉପଜିଲ୍ଲାପାଳ ଗାଁକୁ ଯାଇ ଜଣେ ନାବାଳକ ହାତରେ ୧୦ହଜାର ଟଙ୍କା ଦେଇ ଦଳିତ ସମାଜ ପ୍ରତି ପ୍ରଶାସନ ଏକପ୍ରକାର ପ୍ରହାର କରିଛି କହିଲେ ଭୁଲ୍ ହେବନି। ପୀଡ଼ିତମାନଙ୍କୁ ଡାକ୍ତରଖାନାରେ ଭେଟି ଏହି ଅର୍ଥରାଶି ଦେଇଥିଲେ ଏହାକୁ ଅନୁକମ୍ପାମୂଳକ ସହାୟତା ବୋଲି ବିବେଚନା କରିହୋଇଥାଆନ୍ତା। ଶାନ୍ତିପ୍ରିୟ ଓଡ଼ିଶାରେ ଅନୁସୂଚିତ ଜାତି ଜନଜାତି ଅସୁରକ୍ଷିତ ହୋଇପଡ଼ିଲେଣି। ପ୍ରଶାସନର ଅବହେଳା ବିରୁଦ୍ଧରେ ଆଇନଗତ ଆନ୍ଦୋଳନ କରିବ ମୂଳ ନିବାସୀ ସଂଗଠନ। ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ଅଧିକାରୀ ଯେଉଁମାନେ ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ଚରମ ଅବହେଳା କରିଛନ୍ତି, ସେମାନଙ୍କ ନାଁରେ ମାନବାଧିକାର ଆୟୋଗଙ୍କ ପାଖରେ ମାମଲା ହେବ। ଆବଶ୍ୟକ ପଡ଼ିଲେ ମୂଳ ନିବାସୀ ୟୁନାଇଟେଡ ଫୋରମ ନ୍ୟାୟ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଦୃଷ୍ଟି ବି ଆକର୍ଷଣ କରିବା ସହ ବିଧାନସଭା ଆଗରେ ଧାରଣା ଦିଆଯିବ। ଫ୍ୟାକ୍ଚ ଫାଇଣ୍ଡିଂ ଟିମରେ ବରିଷ୍ଠ ଦଳିତ ନେତା ଗୋପାଳ ନାୟକ ବି ଥିଲେ। ସଂଗଠନ କର୍ମକର୍ତ୍ତା ଏସପିଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *