ଆସିଲା ଧର୍ମେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର: ଆସିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଶ୍ବାସରୁଦ୍ଧ କାରଣରୁ ହୋଇଛି। ତାଙ୍କ ଶରୀରରେ ଅନ୍ୟ କୌଣସି କ୍ଷତଚିହ୍ନ ନାହିଁ। ପୁରୀ ଗୋପର ଜୋନ ୧୧ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ଥିଲେ। ଶନିବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଭୁବନେଶ୍ବରର ଲକ୍ଷ୍ମୀବିହାର ଅଞ୍ଚଳରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ଧର୍ମେନ୍ଦ୍ରଙ୍କ ମୃତଦେହ ଶନିବାର ସକାଳୁ ତାଙ୍କ ଘରର ପ୍ରବେଶ ଦ୍ବାର ନିକଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ତାଙ୍କ ୨ଟି ମୋବାଇଲରେ ଥିବା ଭିଡିଓ ଲୋକଲୋଚନକୁ ଆଣିବାକୁ ଉଲ୍ଲେଖ କରିଥିଲେ। ଅନେକ ଖୋଜାଖୋଜି ପରେ ଘରଠାରୁ କିଛି ଦୂରରେ ମୋବାଇଲ ଉଦ୍ଧାର କରିଥିଲା ଡଗ୍ ସ୍କ୍ବାର୍ଡ।

ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। ମୃତ୍ୟୁ ପୂର୍ବରୁ ସେ କରିଥିବା ଫେସବୁକ ପୋଷ୍ଟକୁ ନେଇ ସନ୍ଦେହ ଘନିଭୂତ ହୋଇଛି। ବିରୋଧୀ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶଙ୍କୁ ଟାଣୁଥିବା ବେଳେ ତାଙ୍କ ମୋବାଇଲରେ ଥିବା ଭିଡିଓକୁ ସର୍ବସମ୍ମୁଖକୁ ଆଣିବାକୁ ଦାବି ହେଉଛି।

ତେବେ ମୋବାଇଲ ଦୁଇଟି ଘରଠାରୁ ଦୂରରୁ ମିଳିଥିବାରୁ ମୋବାଇଲରୁ ଭିଡିଓ ଡିଲିଟ କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହେଉଛି। ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତର ତଦନ୍ତରେ ପୁଲିସ ଧର୍ମେନ୍ଦ୍ରଙ୍କ ପରିବାର ବର୍ଗଙ୍କୁ ପଚରା ଉଚରା କରିଛି। ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଛି। ଆଜି ମଧ୍ୟ ୩ ଜଣିଆ ପୁଲିସ ଟିମ ଧର୍ମେନ୍ଦ୍ରଙ୍କୁ ଯାଇ ପଚରା ଉଚରା କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *