ଢେଙ୍କାନାଳରେ ଲଜ୍ଜା , ୪ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ସଦର ମହୁଲପୁଞ୍ଜି ଗ୍ରାମର ଏକ ପରିତ୍ୟକ୍ତ ଡୋକ୍ରାଗୃହରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଘଟଣା ମାମଲା । ଜେଲ ହାଜତକୁ ଗଲେ ଚାରି ଦୋଷୀ । ଏବେ ସୁଦ୍ଧା ଦୁଇରୁ ଅଧିକଙ୍କ ପତ୍ତା ପାଇନି ଢେଙ୍କାନାଳ ପୁଲିସ। ଆଇ ପି ସି ଧାରା ୪୫୦/ ୩୭୬ଦୁଇ ଏନ , ୩୭୬ଡ଼ି ପୃଥକ ପୃଥକ ଦଫାରେ ମାମଲା ରୁଜ୍ଜୁ ହୋଇ ଚାରି ଦୁଷ୍କର୍ମକାରୀ ତଥା ବାବୁଲି ନାୟକ, ବିରଞ୍ଚି ମହାରଣା, ଅବିନାଶ ପରିଡ଼ା ଏବଂ ଜୀବନ ପରିଡ଼ାଙ୍କୁ ଗିରଫ କରାଯାଇଛି । ପୀଡିତାର ବୟାନ କ୍ରମେ କୁକର୍ମରେ ସମ୍ପୃକ୍ତି ଆଧାରରେ ଗିରଫ ଚାରି ଅଭିଯୁକ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରୀ ମାଇନା ସହ ଡ଼ିଏନଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି । ପ୍ରଥମେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରକୁ ପଠାଇଛି ପୁଲିସ। ତେବେ ସାତ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କ ପ୍ରତି ପୁଲିସ ଆକ୍ସନ ଗ୍ରହଣ କରିଥିବା ବେଳେ ବାକି ଅନ୍ୟ ତିନି ଅଭିଯୁକ୍ତରୁ ଜଣଙ୍କର ଗତ କଛି ମାସ ତଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ସହ ବାକି ଦୁଇ ଦୁଷ୍କର୍ମକାରୀଙ୍କ ଟେର ପାଇନି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *