୪ ବର୍ଷର ଝିଅକୁ ଡିଜିଟାଲ ରେପ୍। ଆଉ କେହି ନୁହେଁ। ସ୍କୁଲ ଭ୍ୟାନ୍ ଡ୍ରାଇଭର ଏଭଳି ନାରକୀୟକାଣ୍ଡ ଭିଆଇଛି। ଲକ୍ଷ୍ନୌରୁ ଆସିଛି ଏଭଳି ଅଭାବନୀୟ ଘଟଣା। ପିଲାଟି ଘରେ ପହଞ୍ଚି ବାପା ମାଆଙ୍କୁ ଜଣାଇବା ପରେ ପୁଲିସରେ ଏଭଳି ଏତଲା କରାଯାଇଛି। ପୁଲିସ ଦୁଷ୍କର୍ମକାରୀ ଡ୍ରାଇଭରକୁ ଗିରଫ କରିଛି। ଏହା ସହ ସ୍କୁଲ ମ୍ୟାନେଜରଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପିଲାଟିକୁ ସ୍କୁଲରୁ ଘରୁ ନେବା ଆଣିବା କରୁଥିଲା ଡ୍ରାଇଭର। ବ୍ୟାନ୍ ଡ୍ରାଇଭର ମହମ୍ମଦ ଆରିଫ୍ ସ୍କୁଲରୁ ଘରକୁ ଆଣିବା ବେଳେ ଏମିତି ହରକତ କରୁଥିଲା। ଘରେ ପହଞ୍ଚି ୪ ବର୍ଷର କୋମଳମତି ପିଲାଟି କହିଥିଲା, ଭ୍ୟାନ୍ ଭିତରେ ତା ପ୍ରତି ଦୁର୍ବ୍ୟବହାର ହେଉଛି। ପିଲାଟିର ଗୁପ୍ତାଙ୍ଗରେ ଦରଜ ହୋଇଥିଲା। ପୁଲିସ ପିଲାଟିକୁ ଡାକ୍ତରୀ ପରୀକ୍ଷା କରାଇଛି। ଦୁଷ୍କର୍ମ ହେବାର ପୁଷ୍ଟିକରଣ ହୋଇଛି। ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି। ସ୍କୁଲ ମ୍ୟାନେଜର ସନ୍ଦୀପ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଘଟଣା ବେଳେ ଭ୍ୟାନରେ ମହିଳା ଆଟେଣ୍ଡାଣ୍ଟ ନଥିଲେ। ଡ୍ରାଇଭରକୁ ବିନା ଭେରିଫିକେସନରେ ରଖାଯାଇଥିଲା। ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯାଇଛି। ସ୍କୁଲର ସୁରକ୍ଷା ମୁଦ୍ଦାକୁ ନେଇ ପ୍ରଶ୍ନ ଉଠିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now