ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଚାକିରୀରୁ ବିଦା ହେଲେ ଅମିନ। ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲରେ ଅମିନ ଭାବେ କାର୍ଯ୍ୟରତ ଶୁଭ୍ରଜ୍ୟୋତି ସାହୁଙ୍କୁ ସରକାର ଚାକିରୀରୁ ବହିଷ୍କାର କରିଛନ୍ତି। ଜାନୁଆରୀ ୩, ୨୦୧୯ରେ ଡିମାର୍କେସନ ରିପୋର୍ଟ ଦେବାକୁ ଜଣେ ବ୍ୟକ୍ତିଙ୍କଠୁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ। ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ଗଲା ବର୍ଷ ଡିସେମ୍ୱର ୧୭ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦଣ୍ଡ ସ୍ୱରୂପ ୩ ବର୍ଷ ଜେଲ୍ ଓ ୫୦ହଜାର ଟଙ୍କା ଜରିମାନା କରିଥିଲେ ଅଦାଲତ। ଜେଲ୍ ଯିବା ପରେ ଭିଜିଲାନ୍ସ ବିଭାଗ ଶୁଭ୍ରଜ୍ୟୋତିଙ୍କୁ ଚାକିରୀରୁ ବହିଷ୍କାର ନେଇ ସରକାରଙ୍କୁ ଲେଖିଥିଲା। ଶୁଭ୍ରଜ୍ୟୋତି ଏନଟିପିସି ଜମି ଅଧିଗ୍ରହଣ ବିଭାଗର ଅମିନ ଭାବେ କାର୍ଯ୍ୟରତ ଥିଲା ବେଳେ ଲାଞ୍ଚ ନେଇ ଧରାପଡ଼ିଥିଲେ। ଆଉ ଆଜି ସରକାର ତାଙ୍କୁ ଚାକିରୀରୁ ବହଷ୍କାର କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now