ଭୁବନେଶ୍ବର: ରାଣୀମହୁମାଛି ଅର୍ଚ୍ଚନା ନାଗଙ୍କ ଉପରେ ଇଡି ପଞ୍ଝା ଦିନକୁ ଦିନ ଶକ୍ତ ହେବାରେ ଲାଗିଛି। ଗୁରୁବାର ଦିନ ନାଗଙ୍କ ଘର ସମେତ ୬ଟି ସ୍ଥାନରେ ଇଡି ରେଡ ଜାରି ରଖିଛି। ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଇଡି ଖୋଳତାଡ଼ ଆରମ୍ଭ ହୋଇଛି। କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋ ମୋବାଇଲ କାର୍ ଶୋ’ରୁମ୍, ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଚଢ଼ାଉ ହେଉଛି।
ସକାଳୁ ସକାଳୁ ଜଗବନ୍ଧୁଙ୍କ ଜଳେଶ୍ୱରସ୍ଥିତ ଘର ଉପରେ ଇଡି ଚଢାଉ କରିଛି। କିନ୍ତୁ ରେଡ ବେଳକୁ ଘରେ କେହି ନ ଥିଲା। ଘରେ ତାଲା ପଡିଥିବା ବେଳେ ଜଗବନ୍ଧୁଙ୍କ ବାପାମା’ଓ ଭାଇ ଫେରାର ହୋଇଯାଇଛନ୍ତି। ଅର୍ଚ୍ଚନାଙ୍କ ବ୍ଲାକମନିକୁ ଖଗେଶ୍ୱର ବିଜନେସ ମାଧ୍ୟମରେ ହ୍ୱାଇଟ କରୁଥିବା ଚର୍ଚ୍ଚା ହେଉଛି।
୪ ବର୍ଷରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି ଅର୍ଚ୍ଚନା। ରାଜଧାନୀରେ ଆଖି ଖୋସିଲା ପରି ବଙ୍ଗଳା ସାଙ୍ଗକୁ ନାମୀ ଦାମୀ କମ୍ପାନୀର ଗାଡ଼ି, ଆସବାବପତ୍ର ଓ ବହୁ ମୂଲ୍ୟ ଅଳଙ୍କାରରେ ଛାଇ ହୋଇ ରହୁଥିଲେ ଅର୍ଚ୍ଚନା। ତେଣୁ ତାଙ୍କ ରୋଜଗାରର ମାଧ୍ୟମ କ’ଣ ଥିଲା, କେଉଁଠୁ ଏତେ ଟଙ୍କା ଆସୁଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହାର କାରଣ ଖୋଜୁଛି ଇଡି।

Naxatra News is now on Whatsapp
Join and get latest news update delivered to you via whatsapp
Join Now