ନାଗ ପ୍ରସଙ୍ଗରେ ଘାଣ୍ଟି ହେଉଛି ଇଡି

Spread the love

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଟେର ପାଉନି ED l ଜଣେ ପରେ ଜଣକୁ  କରୁଛି ସମନ ମାତ୍ର ବେଆଇନ ଅର୍ଥର ମିଳୁନି ଲିଙ୍କ l ଅନ୍ୟପଟେ ଆଜି ଇଡିରେ ହାଜର ହେଲେନି ଅକ୍ଷୟ ପରିଜା। ପକ୍ଷ ରଖିଲେ  ଓକିଲ। କହିଲେ ଅସୁସ୍ଥତା ହେତୁ ହାଜର  ହୋଇ ପାରିଲେନି  ଅକ୍ଷୟ l ତଦନ୍ତ  ପରେ  ଅନେକ ଚର୍ଚ୍ଚିତ  ଚେହେରା ସାମ୍ନାକୁ ଆସିବା ସହ ବଡ଼ ଷଡଯନ୍ତ୍ର ର ବି ପର୍ଦାଫାଶ ହେବ  ବୋଲି ଓକିଲ ଦେଲେ ଇସାରା l

ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ସମନ କରିଥିବା ବେଳେ ଆଜି ଓକିଲ ଆକାଶ  ଭୂୟାଁ ଇଡିରେ ହାଜର ହୋଇଛନ୍ତିl ଗତକାଲି ବ୍ୟାଙ୍କକରୁ ଫେରି ଥିବାରୁ ସ୍ୱାସ୍ଥ୍ୟଗତ କାରଣରୁ ଏବଂ କୋଭିଡ଼ ପ୍ରୋଟୋକଲ ଅନୁସାରେ ଆଇସୋଲେସନରେ ଅଛନ୍ତି ଅକ୍ଷୟ l ଖୁବଶୀଘ୍ର  Ed ରେ ହାଜିର ହୋଇ ତଦନ୍ତ  ରେ ସାହାଯ୍ୟ କରିବେ ବୋଲି କହିଛନ୍ତି  ଓକିଲ l ଏହାସହ ଏହି ବ୍ଲାକମେଲିଂ ମାମଲାରେ ବଡ଼ ଧରଣର ଷଡଯନ୍ତ୍ର  ରହିଛି  ଯାହା ସମୟ  ଆସିଲେ  ଜଣା ଯିବ l  ଅର୍ଚ୍ଚନାଙ୍କ ହନିଟ୍ରାପ ଓ଼ ବ୍ଲାକମେଲ ପଛରେ ଲାର୍ଜର କନସ୍ପିରେସି ରହିଛି  ଯାହାର ନିରପେକ୍ଷ ତଦନ୍ତ ହେଲେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ ଏବଂ ତଦନ୍ତ  ପରେ, ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା  ଚେହେରା ଗୁଡିକ ଖୁବ ଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ଅକ୍ଷୟଙ୍କ ଓକିଲ l

ଅନ୍ୟପଟେ ଅର୍ଚ୍ଚନା ନାଗ  ମାମଲା  ବର୍ତ୍ତମାନ  ଇଡ଼ି ପାଇଁ ଏକ ଚାଲେଞ୍ଜ ସାଜିଛି  l ପାଖାପାଖି  10 ଦିନ ହେବ ED ର ତଦନ୍ତ  ପରିସରରେ ଆସୁଛନ୍ତି  ଜଣେ ପରେ  ଜଣେ । ମାତ୍ର ed କୁ ମିଳୁନି ସଫଳତା  l ତେବେ ଏତେ ପଇସାର ମାଲିକନା କେମିତି ହେଲା ସେ ନେଇ କୌଣସି  ଟେର ବର୍ତ୍ତମାନ ସୁଦ୍ଧା ପାଉନି ED l ଗତ  10 ତାରିଖରେ ଅର୍ଚ୍ଚନାଙ୍କ ଘର  ସମେତ 8 ଟି ସ୍ଥାନରେ ରେଡ କରିଥିଲା  ଇଡି l କିଛି  ଜରୁରୀ  କାଗଜପତ୍ର  ସହ  କମ୍ପୁଟର  ହାର୍ଡ ଡିସ୍କ ଏବଂ ସିପିୟୁ, ପ୍ରିଣ୍ଟର ସହ ଅର୍ଚନାଙ୍କ ଗାଡିକୁ  ଜବତ  କରିଥିଲା  Ed l ମାତ୍ର ଅର୍ଚନା ଙ୍କ ବେଆଇନ  ଅର୍ଥ କାରବାର  ନେଇ ଏ ପର୍ଯ୍ୟନ୍ତ ମିଳୁନି କୌଣସି ବଡ଼ ଇସାରା l ହୁଏତ ମାତ୍ରାଧିକ ପାଇସା କ୍ୟାସ ଆକରରେ  ହୋଇଛି ଯେଉଁଥି ପାଇଁ Ed କୌଣସି ପ୍ରମାଣ ମିଳୁ ନାହିଁ ବୋଲି କହିଛନ୍ତି ପୂର୍ବତନ ପୋଲିସ DIG ସଂଜୀବ  ମାରିକ l

Leave a Reply

Your email address will not be published. Required fields are marked *