ଲକ୍ଷ୍ମୀସାଗର ଥାନା ପୋଲିସ ହାତରେ ନକଲି ଡ଼ାକ୍ତର

କ୍ୟନସର ,ଡାଇବେଟିସ ଭଳି ଦୁରାରୋଗ୍ୟ କୁ ଭଲ କରିବା ପାଇଁ ବୁଲି ବୁଲି ଭୁବନେଶ୍ୱର ରେ ବିକୁଥିଲା ମେଡିସିନ l ଶିକ୍ଷାଗତ ଯୋଗ୍ୟତା ୧୦ ପାସ କିନ୍ତୁ ଚୁନା ଲଗାଇବାରେ ଡ଼ାକ୍ତର ଥିଲେ ମହିର l ଢେଙ୍କାନାଳ ଭୁବନ ଅଂଚଳର ଅଜିତ କୁମାର କଣ୍ଡି ଙ୍କୁ ଗିରଫ କଲା ପୋଲିସ l

ସୂଚନାଯୋଗ୍ୟ ବଜାରରେ ବିକୁଥିବା ନକଲି ଔଷଧ ବା ଭିଟାମିନ ପାଉଡର ବୋଲି ଜଣାପଡିଛି l ବିଶେଷ କରି ମହିଳା ମାନଂକ ପେଟ ଜନିତ ସମସ୍ୟା ନେଇ ବିକୁଥିଲା ଆୟୁର୍ବେଦିକ ଔଷଧ l ଦୀର୍ଘଦିନ ହେବ ରାଜଧାନୀରେ  ବୁଲି ବୁଲି ବିକ୍ରି କରୁଥିଲା ମେଡିସିନ l ୪ ମାସ ଭିତରେ ଲକ୍ଷେ ୧୬ ହଜାର ଟଙ୍କାର ଠକେଇ କରିଥିଲା l ଜଣେ ମହିଳା ମେଡିସିନ ଖାଇବା ପରେ ଦେହରେ ଆଲାର୍ଜି ହୋଇଥିଲା ଓ ପରେ ସେ ଚର୍ମ ବିଶେଷଜ୍ଞ ଙ୍କୁ ଦେଖାଇବା ପରେ ଏହି ମେଡିସିନ ପ୍ରଭାବ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ମହିଳାଙ୍କ ସ୍ଵାମୀ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତରୁ ଜଣାପଡିଥିଲା ନକଲି ଡ଼ାକ୍ତର ଅଜିତ ଅନେକ ମହିଳାଙ୍କୁ ଆୟୁର୍ବେଦିକ ମେଡିସିନ କହି ନକଲି ଔଷଧ ପ୍ରଦାନ କରିଛି । ଖାଲି ସେତିକି ନୁହେଁ , ମେଡିସିନ କିପରି ଖାଇବାକୁ ହେବ ଏହାକୁ ନେଇ ଭିଡିଓ କଲ ମାଧ୍ୟମରେ ପରାମର୍ଶ ମଧ୍ଯ ଦେଇଥିଲେ l ପୁଲିସ ତାଙ୍କୁ ଗିରଫ କରାବା ସହ ତା ଠୁ ନକଲି ଔଷଧ ଓ ବାଇକ ଜବତ କରାଯାଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *