ନକଲି ଥାନା ଖୋଲି ପୁଲିସ ଚାକିରୀ ଦେବା ଆଳରେ ୫୦ ଲକ୍ଷ ଟଙ୍କା ଲୁଟିନେଲା ଧୃର୍ତ୍ତ। ବିହାରର ପୂର୍ଣ୍ଣିଆରୁ ଆସିଛି ଏଭଳି ଘଟଣା। ୩ଶହ ଲୋକଙ୍କଠୁ ୫୦ଲକ୍ଷ ଟଙ୍କା ଅସୁଲି କରି ଫେରାର୍ ହୋଇଯାଇଛି ମାଷ୍ଟରମାଇଣ୍ଡ। ଶହେ ଏନସିସି କ୍ୟାଣ୍ଡିଡେଟଙ୍କୁ ପୁଲିସ ଚାକିରୀ ଭର୍ତ୍ତି ନାଁରେ ଏଭଳି ଫନ୍ଦି କରିଥିଲେ ଠକ। ପୁଲିସ ପୋଷାକ, ପରିଚୟପତ୍ରରୁ ନେଇ ଲାଠି ବି ଆଲଟ୍ କରିଦେଇଥିଲା ଠକ ଗ୍ୟାଙ୍ଗ। ଏକ ସରକାରୀ ସ୍କୁଲରେ ୪ ମାସ ଧରି ନକଲି ଥାନା ଚଳାଉଥିଲା ଠକ। ଅଭିଯୁକ୍ତର ନାଁ ହେଉଛି ରାହୁଲ ଶାହା। ନକଲି ଥାନା ଅଧିକାରୀ ସାଜି ଏଭଳି ଠକିଛି ରାହୁଲ। ନିଜକୁ ଏନସିସିର କୋର୍ କ୍ୟାଡେଟ କହୁଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ରାମରକ୍ଷୀ ଓ ହୋମଗାର୍ଡ ଚାକିରୀରେ ୪୫ କ୍ୟାଣ୍ଡିଡେଟଙ୍କୁ ନିଯୁକ୍ତି ଦେବାକୁ ଗ୍ୟାରେଣ୍ଟି ଦେଇଥିଲା। ଦେଢ଼ ମାସ ହେଲା ସମସ୍ତଙ୍କର ଟ୍ରେନିଂ ଚାଲିଥିଲା। ପୁଲିସକୁ କିନ୍ତୁ ଏହାର ସାମାନ୍ୟ ଖବର ବି ନଥିଲା। ସ୍କୁଲର ୩ ଟି କୋଠରୀକୁ ଥାନା କରାଯାଇଥିଲା। କିନ୍ତୁ ୪ ଦିନ ଆଗରୁ ପୁଲିସକୁ କୌଣସିମତେ ଖବର ଲାଗିସାରିଛି ଜାଣିପାରିଥିଲା ରାହୁଲ। ଆଉ ରାତାରାତି ନକଲି ଗ୍ୟାଙ୍ଗ ସହ ଫେରାର୍ ହୋଇଯାଇଛି ରାହୁଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now