ବାପା ଜାଳିଦେଲା ଦୁଇ ଝିଅଙ୍କୁ

Spread the love

ହୋସିଆରପୁର: ପଞ୍ଜାବର ହୋରିଆରପୁରରେ ଜଣେ ବାପାର କ୍ରୁରତା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍‌କ ନିଜ ଦୁଇ ନାବାଳିକା ଝିଅଙ୍କ ଦେହରେ ନିଆଁ ଲଗାଇ ସେମାନଙ୍କୁ ଜଳି ମରିବାକୁ ଛାଡି ଫେରାର ହୋଇଯାଇଛି। ଜିଲ୍ଲାର ବେରିଂ ଗ୍ରାମରେ ଏପରି ଘଟଣା ଘଟିଥିବା ବେଳେ ଉଭୟ ନାବାଳିକାଙ୍କୁ ଗୁରୁତର ଭାବେ ଜଳିଯାଇଥିବା ସ୍ଥିତିରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାମଲାରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ତଲୱାରା ଥାନା ସୂଚନା ମୁତାବକ, ବିଦ୍ୟାରାମଙ୍କ ପତ୍ନୀ ପୁନମ ଶର୍ମା ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ମହିଳା ଉଲ୍ଲେଖ କରିଛନ୍ତି କି, ତାଙ୍କ ସ୍ବାମୀ ତାଙ୍କୁ ମାଡ ମାରି ତାଙ୍କ ଦେହରେ ନିଆଁ ଲଗାଇବା ସହ ଦୁଇ ଝିଅଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ତେବେ ମହିଳା ନିଜ ଦେହରେ ଲାଗିଥିବା ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୬ ଓ ୧୦। ଜଳନ୍ତା ଅବସ୍ଥାରେ ସେମାନେ ଜୀବନ ବିକଳରେ ଚିତ୍କାର କରି ବାହାରକୁ ଚାଲି ଆସିଥିଲେ। ପାଖ ପଡିଶା ସେମାନଙ୍କ ପାଟି ଶୁଣି ସେଠାରେ ପହଞ୍ଚି ନିଆଁ ଲିଭାଇବା ସହ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେମାନଙ୍କୁ ଚଣ୍ଡିଗଡ ପିଜିଆଇଏମଇଆର ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *