କଲବଲ କଲାଣି ତାତି, ସକାଳ ତାପମାତ୍ରା 31 ଡିଗ୍ରୀ

Spread the love

ଭୁବନେଶ୍ୱର: ଗ୍ରୀଷ୍ମ ରୁତୁ ଆରମ୍ଭରୁ କଲବଲ କଲାଣି ତାତି । ଘରୁ ବାହାରିବା ହୋଇପଡୁଛି କଷ୍ଟକର । ଆଜି ସକାଳ 8 ରେ ଭୁବନେଶ୍ୱର ତାପମାତ୍ରା 31 ଡିଗ୍ରୀ ଅତିକ୍ରମ କରିଥିବାବେଳେ ଅପରାହ୍ନ 2.30 ସୁଧା ଚାରଟି ସହର ତାପମାତ୍ରା 39 ଡିଗ୍ରୀ ଅତିକ୍ରମ କରିଥିବା ଜଣାପଡିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି ।

ତେବେ ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଝାରସୁଗୁଡାର ତାପମାତ୍ରା 39.6 ରେର୍କଡ କରାଯାଇଛି । ପାଣିପାଗ ବିଭାଗ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ଝାରସୁଗୁଡା ଓ ସମ୍ୱଲପୁର ତାପମାତ୍ରା 39.6 ରହିଥିବା ବେଳେ ଭୁବନେଶ୍ୱର ଓ ଚାନ୍ଦବାଲିର 39 ଡିଗ୍ରୀ ରହିଛି । ହୀରାକୁଦରୁ  37.6 ଡିଗ୍ରୀ, ବାଲେଶ୍ୱରରେ 36.4, କେନ୍ଦୁଝରରେ 36.2, ପୁରୀରେ 33.6, ପାରାଦୀପରେ 33 ଡିଗ୍ରୀ, ଗୋପାଳପୁରରେ 31.6 ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି । ଏବଂ ଏପରି ତାତି ଆଉ ଚାରିରୁ ପାଞ୍ଚଦିନ ରହିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବା ସହ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ- ଗରମ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢୁଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *