ସ୍କୁଲରେ ବେଧଡକ ଗୁଳିମାଡ

Spread the love

ଆମେରିକା: ସ୍କୁଲ ଭିତରେ ଗୁଳିମାଡ । ଜଣେ ଛାତ୍ର ଘଟାଇଛନ୍ତି ଏପରି ଉନ୍ମତ୍ତକାଣ୍ଡ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟ ହୋଇଥିବାବେଳେ ଜଣେ ହୋଇଛନ୍ତି ଆହତ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାଟି ଘଟିଛି ଆମେରିକାର ଟେକ୍ସାସରେ । ମିଳିଥିବା ସୂଚନା ଅନୁଯାୟୀ ଟେକ୍ସାସର ଆର୍ଲିଣ୍ଟନରେ ଥିବା ଲାମରା ସ୍କୁଲରେ ଘଟିଛି ଏହି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇଜଣ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସୂଚନା ପରେ ପୋଲିସ ଅଭିଯୁକ୍ତ ବାଳକକୁ ଗିରଫ କରିଥିଲା । ବାଳକ ଜଣକ ସେହି ସ୍କୁଲର ବିଦ୍ୟାର୍ଥୀ ବୋଲି ଜଣାପଡିଛି ।  ବାଳକ ଜଣକ ନାବାଳକ ହୋଇଥିବାରୁ ପୋଲିସ ତାଙ୍କ ବିଷୟରେ ବେଶି ତଥ୍ୟ ଦେଇନାହିଁ । ତେବେ କେଉଁ କାରଣରୁ ବାଳକଟି ଏପରି କାଣ୍ଡ ଘଟାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉକ୍ତ ବାଳକ ବିରୋଧରେ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇ ତାଙ୍କୁ ଟରେଣ୍ଡ କାଉଣ୍ଟିର ଜୁଭେନାଇଲ ସେଣ୍ଟରକୁ ପଠାଇ ଦେଇ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *