ଫ୍ଲୋରିଡାରେ ଦୁଇ ଗୁଳିମାଡ: ୩ ମୃତ, ୨ ଆହତ

Spread the love

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ଗୁରୁବାର ଭୋର ସମୟରେ ହୋଇଛି ଦୁଇଟି ଗୁଳିମାଡ ଘଟଣା। ଏହି ଗୁଳିମାଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଘଟଣା ପରସ୍ପର ସହ ଜଡିତ। ଗୁରୁବାର ସକାଳୁ ଜଣେ ଯୁବତୀଙ୍କୁ ଆକ୍ରମଣକାରୀ ଗୁଳିମାଡ କରିଥିଲା। ସେହି ଖବର କଭର କରିବାକୁ ସେଠାରେ ଦୁଇ ସାମ୍ବାଦିକ ପହଞ୍ଚିଥିବା ବେଳେ ଆକ୍ରମଣକାରୀ ପୁଣି ଗୁଳିମାଡ କରିଥିଲା। ଏଥିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୯ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି।

ଗୁରୁବାର ଭୋର ପ୍ରାୟ ୪ଟାରେ ଫ୍ଲୋରିଡାର ଅରେଞ୍ଜ କାଉଣ୍ଟିରେ ଗିରଫ ୧୯ ବର୍ଷୀୟ କିଥ ମୋଲ୍ବିନ ଜଣେ ୨୦ ବର୍ଷର ଯୁବତୀଙ୍କୁ ଗୁଳିକରି ହତ୍ୟା କରିସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ଘଟଣାସମ୍ପର୍କରେ ସୂଚନା ପାଇଁ ସେଠାରେ ପହଞ୍ଚିଲା ଓ ଦୁଇ ଜଣ ସାମ୍ବାଦିକ ମଧ୍ୟ ପହଞ୍ଚିଥିଲେ। ସେତିକି ବେଳେ ଅଭିଯୁକ୍ତ ପୁଣି ଆଣି ଆଖିବୁଜା ଗୁଳିମାଡ କରିଥିଲା। ସେଠାରେ ଥିବା ଘର ଉପରେ ମଧ୍ୟ ଗୁଳି ଚଳାଇଥିଲା ଅଭିଯୁକ୍ତ। ଗୁଳିମାଡରେ ଜଣେ ସାମ୍ବାଦିକ ଓ ୯ ବର୍ଷର ଶିଶୁର ମୃତ୍ୟୁ ହୋଇଛି ଓ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତ କିଥକୁ ଗିରଫ କରି ନେଇଛି।

ତେବେ କିଥ କାହିଁ ଗୁଳିମାଡ କରିଥିଲା ସେସସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତକୁ ଜେରା କରୁଛି।

Leave a Reply

Your email address will not be published. Required fields are marked *