ଆଲବାନିଆ ଟିଭି ଚ୍ୟାନେଲ ଉପରେ ଆକ୍ରମଣ

Spread the love

ତିରାନା: ଆଲବାନିଆର ସବୁଠାରୁ ବଡ ଟେଲିଭିଜନ ଚ୍ୟାନେଲ ଅଫିସ ଉପରେ ସୋମବାର ସକାଳୁ ଗୁଳିମାଡ। ଏହି ଗୁଳିମାଡରେ ଚ୍ୟାନେଲର ସୁକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ସୂଚନା ଦେଇଛି ପୁଲିସ। ଚ୍ୟାନେଲର କୋଠାକୁ ଲକ୍ଷ୍ୟ କରି ଫାୟାରିଂ କରାଯାଇଥିବା ସୂଚନା ରହିଛି।

ସୋମବାର ସକାଳୁ ସକାଳୁ ଏକ ଏସୟୁଭି କାରରେ ଆସି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ। ଏହି ସମୟରେ ଚ୍ୟାନେଲ ଅଫିସ ବାହାରେ ଥିବା ସିକ୍ୟୁରିଟି ବୁଥରେ କାର୍ଯ୍ୟରତ ୬୦ ବର୍ଷୀୟ ସିକ୍ୟୁରିର୍ଟି ଗାର୍ଡଙ୍କ ଦେହରେ ଗୁଳି ବାଜିଥିଲା। ତେବେ କେଉଁ କାରଣ ପାଇଁ ଏହି ଗୁଳିମାଡ ହୋଇଛି ତାର କାରଣ ଜଣାପଡି ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଏହି ଘଟଣାକୁ ଆଲବାନିଆ ପ୍ରଧାନମନ୍ତ୍ରୀ ଏଡି ରାମା ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏପରି ଘଡିସନ୍ଧି ମୁହୂର୍ତ୍ତରେ ପ୍ରତ୍ୟେକଙ୍କୁ ସଂଗଠିତ ହୋଇରହିବାକୁ ଚାନେଲର କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନାଯୋଗ୍ୟ, ଏକଦା ଆଲବାନିଆ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ କୁଖ୍ୟାତି ଅର୍ଜ୍ଜନ କରିଥିଲା। ୧୯୯୦ରେ ମିଲିଟାରୀ ଡିପୋରୁ ଏକ ମିଲିୟନ କାଲାସନିକୋଭ ରାଇଫଲ ଚୋରି କରି ନିଆଯାଇଥିଲା। ତେବେ ଏହି ଗରିବ ରାଷ୍ଟ୍ରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ପରି ଘଟଣା ବିରଳ।

Leave a Reply

Your email address will not be published. Required fields are marked *