ଫୁଟିଲା ୪ ରାଉଣ୍ଡ ଗୁଳି

ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ମାଫିଆଙ୍କୁ କାବୁ କରିଛି ଏସଟିଏଫ ଟିମ, ମୁନିଗୁଡା ବନ ବିଭାଗ। ଘଟଣା ସ୍ଥଳରୁ ୫ ଜଣ ମାଫିଆଙ୍କୁ କାବୁ କରିବା ପରେ ତଦନ୍ତ ପାଇଁ ବନ ବିଭାଗ ଟିମ ଗାଁରେ ପହଞ୍ଚିବା ବେଳେ ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା ହୋଇଥିବା ବେଳେ ନିଜ ଜୀବନ ବଞ୍ଚାଇ ଫେରିଯାଇଥିଲେ ବନ ବିଭାଗ ଟିମ। ସୂଚନା ଅନୁଯାୟୀ ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ ରାଜ୍ୟର ବେପାରୀ ସହିତ ଯୋଗାଯୋଗ କରିଥିବା ବେଳେ ଛତିଶଗଡ଼ ଓ ମୁନିଗୁଡା ରାଜ୍ୟର ବନ ବିଭାଗ ଟିମ ସହ ଏସଟିଏଫ ଟିମ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆ ମାନଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ମାଫିଆ ମାନଙ୍କ ସହିତ ଆଉ କିଏ କିଏ ସାମିଲ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀ ସିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ । ସେହି ସମୟରେ କିଛି ଦୁବୃର୍ତ୍ତ ଆକ୍ରମଣ କରିବା ଉର୍ଦ୍ଦେଶ୍ୟରେ ଘର ଭିତରକୁ ଦୌଡ଼ି ଯିବା ବେଳେ ବନ ବିଭାଗ କର୍ମଚାରୀ ମାନେ ସନ୍ଦେହ କରି ଗାଡି ଭିତରେ ବସିବାକୁ ଚେଷ୍ଟା କରିବା ସମୟରେ ଗାଡି ସମ୍ମୁଖରୁ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ଫେରି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ବେଳେ ଉକ୍ତ ବିଷୟରେ ଅଧିକାରୀ ମାନଙ୍କ ଠାରୁ କୌଣସି ସୂଚନା ମିଳିପାରିନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *