ରାଜ୍ୟରେ ବଢୁଛି ଶୀତ,୧୦ ଡିଗ୍ରୀ ତଳେ ୧୧ ସହର

ରାଜ୍ୟରେ ବଢୁଛି ଶୀତ , ଥଣ୍ଡାରେ ଥରହର ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୧ ସହର । ଭୁବନେଶ୍ବର , କଟକ ,ପାରାଦୀପ ସମେତ ଉପକୂଳ ଓଡିଶାରେ ତାପମାତ୍ରା ସ୍ବାଭାବିକଠୁ ୨ରୁ ୪ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ ଝାରସୁଗୁଡା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଝାରସୁଗୁଡାରେ ୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ମଧ୍ୟ ୫.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝର ୮.୮, ଦାରିଙ୍ଗବାଡି ୮.୫୫ , ଅନୁଗୁଳ ୯ ଡିଗ୍ୀ , କେନ୍ଦୁଝରରେ ୯.୨ , ସୁନ୍ଦରଗଡ ୯.୪ , ଭବାନୀପାଟଣାରେ ରାତିର ତାପମାତ୍ର ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *