ୟୁପି ମୁରାଦାବାଦରେ ଛାତିଥରା ଘଟଣା। ସ୍କୁଲ ଭିତରେ ଗଣଦୁଷ୍କର୍ମ। ୧୨ ବର୍ଷର ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଛାତ୍ରୀଙ୍କୁ ସ୍କୁଲକୁ ନେଇ ନିଶା ମିଶା କୋଲଡ ଡ୍ରିଙ୍କ୍ ପିଇବାକୁ ଦେଇଥିଲେ। ଆଉ ଗଣଦୁଷ୍କର୍ମ କରିବା ପରେ ଝିଅର ଭିଡ଼ିଓ କରି ତାକୁ ଭାଇରାଲ କରିଥିଲେ। ପ୍ରଧାନ ଶିକ୍ଷକଙ୍କ ରୁମରେ ହିଁ ଏଭଳି ଦୁଷ୍କର୍ମ ହୋଇଥିଲା। ଅଶ୍ଳୀଳ ଭିଡ଼ିଓ ଭାଇରାଲ ପରେ ସ୍ତବ୍ଧ ହୋଇଯାଇଥିଲେ ପରିବାରବର୍ଗ। ଗଣଦୁଷ୍କର୍ମ ପରେ ଛାତ୍ରୀ ଜଣକ ଏତେ ଭୟଭୀତ ହୋଇଯାଇଥିଲେ ଯେ, ଘରେ କିଛି କହିନଥିଲେ। ସୋମବାର ପଡ଼ୋଶୀ ମହିଳାଙ୍କ ମୋବାଇଲକୁ ଭିଡ଼ିଓ ପହଞ୍ଚିବା ପରେ ସମସ୍ତେ ଜାଣିଥିଲେ। ଅଭିଯୁକ୍ତଙ୍କ ଭିତରେ ସ୍କୁଲ ଚୌକିଦାରର ପୁଅ ସାମିଲ୍ ଅଛି। ଘରୁ ଚାବି ନେଇ ଚୌକିଦାରର ପୁଅ ସ୍କୁଲ ଯାଇଥିଲା। ଆଉ ପ୍ରଧାନ ଶିକ୍ଷକଙ୍କ ରୁମ୍ ଖୋଲି ସେଠାରେ ନାବାଳିକା ଜଣକୁ ଯୌନ ଅତ୍ୟାଚାର କରିଥିଲେ। ନିଶା ମିଶା ଥଣ୍ଡା ପିଇ ନାବାଳିକା ଜଣକ ଅଚେତ ହେବା ପରେ ତାହାର ହାତଗୋଡ଼ ବାନ୍ଧି ପାଞ୍ଚ ଜଣ ଦୁଷ୍କର୍ମ କରିଥିଲେ। ସମସ୍ତ ଅଭିଯୁକ୍ତ ନାବାଳକ ଅଟନ୍ତି। ଏମାନଙ୍କୁ ପୁଲିସ ଗିରଫ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now