ନ୍ୟୁଡ କଲ ପାଇଁ ଆତ୍ମହତ୍ୟା କରିଥିଲେ ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କ ଅଫିସର

Spread the love

(ସୁବର୍ଣ୍ଣପୁର)- ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାଶ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୁବର୍ଣ୍ଣପୁର ପୋଲିସ ଗିରଫ କରିଛି। ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର  ଅଫିସର  ଦିବ୍ୟରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଏବେ ମାମଲାରୁ ଉଠିଛି ପରଦା।

ତଦନ୍ତ ପରେ ଜଣାପଡିଛି କି, ମୃତ୍ୟୁର କାରଣ ଥିଲା ନ୍ୟୂଡ କଲ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେବାପରେ ଘଟଣା ଉପରୁ ପର୍ଦ୍ଦା ହଟିଛି । ବରପାଲି ପଜାଂବ ନେସନାଲ ବ୍ୟାଙ୍କର  ଅଫିସର  ଦିବ୍ୟ ରଂଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।

ପରେ ସୁବର୍ଣ୍ଣପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲକାମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟ ରଂଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କାଯାଇଛି । ଏଡା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ସୁବର୍ଣ୍ଣପୁର ଏସପି କହିଛନ୍ତି ।

ତେବେ ପ୍ରଥମେ ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ଚେରୁପାଲି ଉପରେ ଏକ ବ୍ୟାଙ୍କ କର୍ମଚାରୀ ନିଖୋଜ ହୋଇଥିବା ଘଟଣା ଜଣାପଡିଥିଲା । ପରେ ବଲାଙ୍ଗୀର- ସମ୍ୱଲପୁର ଏନ.ଏଚ୨୬ର ଚେରୁପାଲି ଅଂଗନଦୀ ବ୍ରିଜ ଠାରେ I ନିଖୋଜ ବ୍ୟାଙ୍କ କର୍ମଚାରୀ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ବୋଲି ଜଣାପଡିଥିଲା । ପରେ ଏହି ଘଟଣାର ଧୀରେ ଧୀରେ ଗୁମର ଖୋଲୁଛି ।

ଗଣପତି ବାଗଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *