ଗୋଚର ଜମି ଜବରଦଖଲ, ପକ୍କାଗୃହ ନିର୍ମାଣକୁ ବିରୋଧ

Spread the love

କେନ୍ଦ୍ରାପଡ଼ା : ଗରଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ଥିବା ଗୋଚର ଜମିରେ ସ୍ଥାନୀୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଜବର ଦଖଲ କରି ଇଟାଭାଟି କରିବା ସହିତ ପକ୍କାଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ପଦ୍ମପୁର ପଂଚାୟତର ୨ନଂ ୱାର୍ଡରେ ସରକାରଙ୍କ ଦ୍ୱାରା ଭୂମିହୀନ ମାନଙ୍କୁ ଗୋଚର ଜମିରେ କାରବାର କରିବା ପାଇଁ ୧୯୭୮ ମସିହାରୁ ଅନୁମତି ଦିଆଯାଇ ଥିଲା । ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଇଟାଭାଟି ପକ୍କାଗୃହ ନିର୍ମାଣ କରିବା ସହିତ ସେ ବାଟରେ ଚଳାଚଳ କରୁଥିବା ଜାଗାକୁ ବନ୍ଦ କରି ନିଜ ଅକ୍ତିଆର ରେ ରଖିଥିବାରୁ ଏହି ହରିଜନ ବ୍ୟକ୍ତିମାନେ କାରବାର କରିପାରୁ ନାହାଁନ୍ତି । ତୁରନ୍ତ ସେମାନଙ୍କୁ ଉଠାଇବା ସହିତ ସେଠାରେ ନିର୍ମାଣ କରାଯାଉ ଥିବା ଇଟାକୁ ଜବତ କରିବା ପାଇଁ ସବିତା ତରାଇ, ଅନି ସାମଲ, ମିନତୀ ଭୋଇ, ଅଲେଖ ଭୋଇ, ଫକିର ସାମଲ, ଶଙ୍କର ସାମଲ, ତାରା ଭୋଇ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *