ଜାତିଆଣ ଆକ୍ଷେପ ସହ ଘର ପୋଡି ଦେଲେ ମଦ୍ୟପ ଯୁବକ। ଏପରି ଘଟଣା ଘଟିଛି ଭୁବନ ଥାନା ଧଳପଡ଼ା ପଞ୍ଚାୟତ ଅନଳ ଗ୍ରାମରେ । ନୁଆସାହି ସ୍ଥିତ ପଙ୍କଜ ପାତ୍ରଙ୍କ ଦୁଇ ବଖରା ଚାଳଘର ଜାଳିଦେଇଥିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘରେ ଥିବା ମହିଳା ଓ ଯୁବତୀମାନଙ୍କୁ ଅସାଦାଚାରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାସନ୍ତୀ ପାତ୍ର । ଅଭିଯୋଗ ଅନୁସାରେ ଗତକାଲି ୩୧ ଅଗଷ୍ଟ ଅନଳ ଗ୍ରାମରେ ଗଣେଶ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ଗଣେଶ ପୂଜା ଭସାଣୀରେ ଗଣ୍ଡଗୋଳ ବିଷୟରେ ଅଜ୍ଞାତ ଥିବା ବାସନ୍ତି ପାତ୍ରଙ୍କ ପରିବାର ଉପରେ ଜାତିଆଣ ଆକ୍ଷେପ ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଶତାଧିକ ଯୁବକ । ଆକ୍ରମଣରେ ବାସନ୍ତୀ ପାତ୍ର ଆହତ ହୋଇଥିବା ଜଣାପଡିଛି । ତେବେ ସଂଘବଦ୍ଧ ଯୁବକ ମାନେ ଘରେ ପଷି ଟଣା ଓଟରା କରିବା ସହ ଆସବାବପତ୍ର ନଷ୍ଟ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଶେଷରେ ଚାଳ ଛପର ଘରେ ନିଆଁ ଲଗାଇ ଦେଇଥିଲେ । ପରେ ଭୁବନ ଥାନା କର୍ମଚାରୀ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୋଗକାରୀ ଅନୁସୁଚୀତ ବର୍ଗର ହୋଇଥିବାରୁ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ଏବଂ ଭୁବନ ପୋଲିସ ତଦନ୍ତ ଚଳାଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now