ଛେଳି ଚୋରିକୁ ନେଇ ଥାନାରେ ଏତଲା

Spread the love

ବ୍ରହ୍ମପୁର: ମାଆ ଛେଳି ଚୋରି ହୋଇଯିବାରୁ ଦୁଇ ଛୁଆ ଛେଳି ମା କୁ ଝୁରୁଛନ୍ତି । ସେଥିପାଇଁ ମାଆ ଛେଳିକୁ ଖୋଜି ଆଣିବାକୁ ଗୋପାଳପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକାଣୀ । ଆଉ ତୁରନ୍ତ ଚୋରକୁ ଗିରଫ କରିବା ପାଇଁ ଗୁହାରୀ ମଧ୍ୟ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁରରେ।

ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ଅଂଚଳରେ ଦେଖିବାକୁ ମିଳିଛି ରୋଚକ ଘଟଣା। ଛେଳି ଚୋରିକୁ ନେଇ ଥାନାରେ ଏତଲା ଦେଇଛନ୍ତି ମହିଳା । ମାଆ ଛେଳି ଚୋରି ହୋଇଯିବାରୁ ଦୁଇ ଛୁଆ ଛେଳି ତାକୁ ଝୁରୁଛନ୍ତି । ତେଣୁ ମାଆ ଛେଳି କୁ ଖୋଜି ଆଣିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକାଣି । ଅଭିଯୋଗ ଅନୁଯାୟୀ, ଗୋପାଳପୁରର ଏନ୍. ବେଲମ୍ମା କିଛି ଦିନ ତଳେ ତାଙ୍କ ମା ଜି. କାଲାମ୍ମା ଙ୍କୁ ଗୋଟିଏ ଛେଳି ଓ ତାର ଦୁଇଟି ଛୁଆକୁ ପାଳିବାକୁ ଦେଇଥିଲେ । ଜି. କାଲାମ୍ମା ରାତିରେ ସମସ୍ତ ଛେଳିକୁ ନିଜ ଦାଣ୍ଡରେ ବାନ୍ଧି ଘରେ ଶୋଇଥିଲେ । ଭୋର ସମୟରେ ହଠାତ ଛୁଆ ଛେଳିର ରଡି ଶୁଭିଲା । ଜି. କାଲାମ୍ମା ଆସି ଦେଖିଲା ବେଳକୁ ମାଆ ଛେଳିକୁ କେଉଁ ଦୁର୍ବୃତ୍ତ ଚୋରି କରି ନେଇଯାଇଛି । ପୂର୍ବରୁ ମଧ୍ୟ ଦୁଇଗୋଟି ଛେଳିକୁ ଚୋରି କରି କିଏ ନେଇ ଯାଇଛନ୍ତି। ବର୍ତ୍ତମାନ ପୁଣି ଚୋରି ହେବାରୁ ଥାନାରେ ଅଭିଯୋଗ କରିଛନ୍ତି ଛେଳି ମାଲିକ ।

ଜି.କାଲାମ୍ମା, ତାଙ୍କ ଝିଅ ଓ ସାହି ବାସିନ୍ଦାଙ୍କୁ ଏବେ ଏହି ଦୁଇ ପିଲା ଛେଳିଙ୍କୁ ନେଇ ବଡ଼ ଚିନ୍ତା । କାରଣ ଦୁଇ ଛେଳିଛୁଆ ମାଆକୁ ମନେ ପକାଇ କୌଣସି ଖାଦ୍ୟ ଖାଉ ନାହାନ୍ତି। ତେଣୁ ପୋଲିସ ଛେଳିକୁ ଖୋଜି ଆଣୁ ବୋଲି ସେ ନିବେଦନ କରିଛନ୍ତି । ସେପଟେ ଏନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।

ତେବେ ପୋଲିସ ଏହି ଘଟଣାରେ ତଦନ୍ତ କରୁଥିବା ବେଳେ ଛେଳି ଚୋରି କରିଥିବା ଲୋକ ନିଜେ ଫେରେଇ ଦେଉ ବୋଲି କହିଛନ୍ତି ସାହି ପଡୋଶୀ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *