ବିଜେପି ଜିଲ୍ଲା ସଭାପତିଙ୍କ ଅଶୋଭନୀୟ ଆଚରଣ- ଦଳ ଦେଲା ନୋଟିସ୍

ୟୁପି ଗୋଣ୍ଡା ଜିଲ୍ଲାର ବିଜେପି ଅଧ୍ୟକ୍ଷ ଅମର କିଶୋର କାଶ୍ୟପଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଛି। ଏକ ସିସିଟିଭି ଫୁଟେଜ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କାଶ୍ୟପଙ୍କୁ ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହ ଅଶୋଭନୀୟ ଆଚରଣ କରୁଥିବା ଦେଖାଯାଇଛି। ଏହି ଘଟଣା ଏପ୍ରିଲ ୧୨ ତାରିଖର ବୋଲି ସନ୍ଦେହ କରାଯାଉଛି। ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ଓ ଦଳ ମଧ୍ୟରେ ବି କ୍ଷୋଭ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ ବିଜେପିର ଶୀର୍ଷ ନେତୃତ୍ୱ ଅମର କିଶୋରଙ୍କୁ ଏକ ଲିଖିତ ନୋଟିସ୍ ଜାରି କରିଛି ଓ ୭ ଦିନ ମଧ୍ୟରେ ସ୍ପଷ୍ଟିକରଣ ଲୋଡ଼ିଛି। ଅମର କିଶୋର କାଶ୍ୟପ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହି ଭିଡିଓକୁ ଭୁଲ ବ୍ୟାଖ୍ୟା କରାଯାଇଛି ଓ ତାଙ୍କ ଛବିକୁ ମଳିନ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ସଫେଇ ଦେଇଛନ୍ତି ଯେ, ସେ କେବଳ ମହିଳାଙ୍କୁ ଆଶ୍ରୟ ଦେଇଥିଲେ। ସଂପୃକ୍ତ ମହିଳା ବିଜେପିର କାର୍ଯ୍ୟକର୍ତ୍ତା। ସକ୍ରିୟ ସଦସ୍ୟ ବି ଅଟନ୍ତି। ତାଙ୍କ ଦେହ ଖରାପ ହେତୁ ସେ କଲ୍ କରିଥିଲେ। ଆଉ କିଛି ଘଣ୍ଟା ବିଶ୍ରାମ ନେବା ପରେ ସେ ମହିଳାଙ୍କୁ ତାଙ୍କ ଗାଡ଼ିରେ କାର୍ଯ୍ୟାଳୟକୁ ଡାକିଥିଲେ। ଯେତେବେଳେ ସିଡ଼ି ଚଢ଼ି ଉପରକୁ ଆସିଥିଲେ, ତାଙ୍କୁ ଚକ୍କର ଆସିଥିଲା। ସେ ତଳେ ପଡ଼ିଯାଇଥାଆନ୍ତେ। ସେଥିଲାଗି ତାଙ୍କୁ ଧରିପକାଇଥିଲେ। ମହିଳା ଜଣକ ବି ତାଙ୍କ ହାତ ଧରିପକାଇଥିଲେ। ।ଯଦି କାହାକୁ ସାହାଯ୍ୟ କରିବା ପାପ, ତାହେଲେ ସେ ଏ ବାବଦରେ ଆଉ କିଛି କହିବେନି। ଏ ଭିଡ଼ିଓ କୌଣସି ଦଳୀୟ କର୍ମୀଙ୍କ ଦ୍ୱାରା ଭାଇରାଲ କରାଯାଇଛି। ବର୍ତ୍ତମାନ ଦଳ ଏହା ଉପରେ ତଦନ୍ତ କରୁଛି ଓ ତଦନ୍ତ ଫଳାଫଳ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ମହିଳା ଜଣକ ବି ଏଭଳି ଆରୋପକୁ ଖଣ୍ଡନ କରିଛନ୍ତି। ସେ ଲକ୍ଷ୍ନୌରୁ ଫେରୁଥିବା ବେଳେ ତାଙ୍କ ଦେହ ଅଚାନକ ବିଗିଡ଼ିଥିଲା। ଜିଲ୍ଲା ସଭାପତି ତାଙ୍କୁ ବିଶ୍ରାମ କରିବାକୁ ବିଜେପି ଅଫିସକୁ ଆଣିବାକୁ ନିଜ ଗାଡ଼ି ପଠାଇଥିଲେ। ସେ ହିଲ୍ ସାଣ୍ଡଲ ପିନ୍ଧିଥିଲେ। ସିଡ଼ି ଚଢ଼ିବା ବେଳେ ଚକ୍କର ଆସିଥିଲା। ଆଉ ପଡ଼ିବା ପୂର୍ବରୁ ସମ୍ଭାଳିନେଇଥିଲେ ଅମର। ଅମର ତାଙ୍କ ପିତା ତୁଲ୍ୟ ଅଟନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *