ଓଡିଶାରେ 12 ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍

Spread the love

GUDU MUSLIM IN ODISHA..VOSHOT..

() ଓଡ଼ିଶାରେ ୧୨ ଦିନ ଧରି ଲୁଚିଥିଲା ଗୁଡ୍ଡୁ ମୁସଲିମ୍। ନିହତ ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଏତେ ଦିନ ଧରି ଓଡ଼ିଶାରେ ରହିବା ପରେ ଶେଷରେ ଛତିଶଗଡ଼ ଛୁ ମାରିଥିଲା। ବରଗଡ଼ ଛାଡ଼ିବା ବେଳେ ବ୍ୟାଗ ଛାଡ଼ି ପଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଛି।

ଉମେଶ ପାଲ୍ ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଂକକୁ ନେଇ ଚର୍ଚ୍ଚା ଥମୁନି। ନିହତ ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ମୁଖ୍ୟ ସହଯୋଗୀ  ଗୁଡ୍ଡୁ କୁଆଡ଼େ ଦୀର୍ଘ ୧୨ ଦିନ ହେଲା ଓଡ଼ିଶାରେ ଲୁଚିଥିଲା ଏପ୍ରିଲ ୨ରୁ ୧୩ ଯାଏ ଗୁଡ୍ଡୁ ଓଡ଼ିଶାରେ ଥିଲା ତାକୁ ଧରିବାକୁ ୟୁପି ଏସଟିଏଫର ତନାଘନା ଚାଲିଥିଲା ବେଳେ ଗୁଡ୍ଡୁ ବରଗଡ଼ ଜିଲ୍ଲାରେ ହିଁ ଥିଲା ବୋଲି ସ୍ପଷ୍ଟ କରିଛି ଜାତୀୟ ଗଣମାଧ୍ୟମ। ବରଗଡ଼ ଛାଡ଼ିବା ବେଳେ ଗୁଡ୍ଡୁ ତାହାର ବ୍ୟାଗ୍ ଛାଡ଼ି ପଳାଇଛି ଯେଉଁ ବ୍ୟାଗରେ ତାହାର ପୋଷାକ ଥିଲା ହତ୍ୟାକାଣ୍ଡ ଭିଆଇବା ପରେ ଏଯାଏଁ ୭ଟି ସ୍ଥାନ ବଦଳାଇଲାଣି ଗୁଡ୍ଡୁ ତେବେ ଓଡ଼ିଶାରୁ ଛତିଶଗଡ଼କୁ ଛୁ ମାରିଛି ଗୁଡ୍ଡୁ। ଗୁଡ୍ଡୁ ମୁସଲିମ୍ ଡ୍ରାଇଭରର ସହଯୋଗୀ ଭଟଲିର ରାଜା ଖାନ୍ ଙ୍କୁ ଏହା ଭିତରେ ପୁଲିସ ଜେରା କରିସାରିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ କୁଆଡ଼େ ବଳିଷ୍ଠ ପ୍ରମାଣ ଅଛି ଯେ, ମିରଟ୍, ଆଜମେର୍, ଝାନ୍ସି, ନାସିକ୍, ପୁନେ ବରଗଡ଼ ଦେଇ ଛତିଶଗଡ଼ ପଳାଇଛି ଗୁଡ୍ଡୁ ଆଗରୁ ଗୁଡ୍ଡୁର ଶେଷ ଲୋକେସନ କର୍ଣ୍ଣାଟକରୁ ଠାବ ହୋଇଥିଲା ବୋଲି ପୁଲିସ କହିଥିଲା। ଉମେଶ ପାଲ୍ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ୧୦ ଜଣଙ୍କ ଭିତରେ ଆତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅସ୍ରଫ ଦୁର୍ବୃତ୍ତଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲା ବେଳେ ୪ଜଣ ପୁଲିସ ଏନକାଉଣ୍ଟରରେ ମରିଛନ୍ତି। ଲୋକଙ୍କୁ ମାରିବା ପାଇଁ ଗୁଡ୍ଡୁ ବନ୍ଧୁକ ବଦଳରେ ବୋମା ବ୍ୟବହାର କରୁଥିଲା ବୋମା ଭିଡ଼ିବା ଫୁଟାଇବାରେ ମାହିର୍ ଥିଲା ଗୁଡ୍ଡୁ ବମ୍ ସ୍ପେଶିଆଲିଷ୍ଟ ଭାବରେ ପରିଚିତ ଗୁଡ୍ଡୁ କୁଖ୍ୟାତ ଅପରାଧୀ ବୋଲି ୟୁପି ଏସଟିଏଫ ମୁଖ୍ୟ ଅମିତାଭ ୟାଶ୍ କହିଛନ୍ତି। ଡ୍ରଗ୍ସ ବେପାରରେ ୧୯୯୯ରେ ପ୍ରଥମେ ଗିରଫ ହୋଇଥିଲା ଗୁଡ୍ଡୁ କିନ୍ତୁ ଆତିକ ସହଯୋଗରେ ଗୁଡ୍ଡୁ ଜେଲରୁ ବେଲ୍ ପାଇଥିଲା ଆଉ ଆତିକ ଗ୍ୟାଙ୍ଗରେ କାମ କରିବା ଆରମ୍ଭ କରିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *