ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର,ପରିବାର ଲୋକେ କଲେ ହତ୍ୟା ଅଭିଯୋଗ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅଂଚଳର ଲାଇନପଡା ଓ ଟିକାବାଲି ରାସ୍ତାରେ ତôବା ଡୁଙ୍ଗୁରିପଡା ଗ୍ରାମ ନିକଟସ୍ଥ ମୁଣ୍ଡାକିଆ ଜଙ୍ଗଲରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି । ମହିଳା ଜଣକ କୁିସୁମେଣ୍ଡି ପଂଚାୟତର ବେରେଡାପଦର ଗ୍ରାମର ନିଳାଂଚଳ ପ୍ରଧାନଙ୍କ ପତ୍ନୀ,ପ୍ରତିମା ମଲ୍ଲିକ (୨୩) ବୋଲି ପୁଲିସ ସୁତ୍ରରୁ ଜଣାପଡିଛି । ଖବର ପାଇ ଟିକାବାଲି ଥାନା ଓ ଲାଇନପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲେ । ସେଠାରେ ଘୁ.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ତିରିପତି ରାଓ ପଟ୍ଟନାୟକ ଓ ଚକାପାଦ ତହସିଲଦାର ପ୍ରଭାସ କୁମାର ବୁଡାୟକଙ୍କ ଉପସ୍ଥିତିରେ ଶବକୁ ସିନାକ୍ତ କରିବା ସହିତ ବ୍ୟବଛେଦ ପାଇଁ ଫୁଲବାଣୀ କୁ ପଠାଇ ଏହି ସଂକ୍ରାନ୍ତରେ ଏକ ମାମଲା ୬୧/୨୩ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ତେବେ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟା କାଣ୍ଡ ବୋଲି ମୃତ ମହିଳାଙ୍କ ମା ନବତୀ ମଲ୍ଲିକ ଟିକାବାଲି ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଶବ ବ୍ୟବଛଦେ ରିପୋର୍ଟ ଆସିବା ପରେ ହିଁ ଘଟଣା ବାବଦରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛିା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ପୁର୍ବେ ପ୍ରତିମା ଓ ନିଳାଂଚଳଙ୍କ ବିବାହ ହୋଇଥିଲା ତାଙ୍କର ଏକ ବର୍ଷର ଗୋଟିଏ କନ୍ୟା ସନ୍ତାନ ଅଛି । ସ୍ୱାମୀ ଏକ ଯଜ୍ଞ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଗତ ଶନିବାରଠାରୁ ପ୍ରତିମା ନିଖୋଜ ଥିବା ଜଣାପଡିଛି । ଅଅଜି ତାଙ୍କ ଶବ ମିଳିବା ପରେ ତାଙ୍କ ପରିବାର ପକ୍ଷରୁ ଏହି ପ୍ରତିକି୍ରୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *