ବେକରେ ଗାମୁଛା ଭିଡା ଅବସ୍ଥାରେ ଉଦ୍ଧାର ଯୁବକର ମୃତ୍ୟୁ ସନ୍ଦେହଘେରରେ

Spread the love

ରାଉରକେଲା : ଘର ଭିତରେ ବେକରେ ଗାମୁଛା ଭିଡା ଅବସ୍ଥାରେ ମିଳିଥିବା ଜଣେ ଯୁବକର ମୃତଦେହକୁ ନେଇ ଛେଣ୍ଡ ପୁଲିସ ତଦନ୍ତ କରୁଥିବା ବେଳେ ସଂପୃକ୍ତ ଯୁବକର ମୃତ୍ୟୁକୁ ନେଇ ନାନା କଥା ଉଠିଛି ଓ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ମୃତକ ହେଲେ ସଂଜୀବ ସ୍ୱାଇଁ ବୟସ ପ୍ରାୟ ୩୦ । ସେ ଛେଣ୍ଡ ଅଂଚଳରେ ରହିବା ସହ ଲିବରିଟି କାରଖାନାରେ କାମ କରୁଥିଲେ । ଘର ତାଙ୍କର ଜଗତସିଂପୁର ସମଗ ଅଂଚଳରେ । ଯୁବକ ଜଣକ ଏହି କାରଖାନାରେ କାମ କରୁଥିବା ବେଳେ ତାଙ୍କର ବିବାହ ଲାଗି ଘର ଲୋକେ ପାତ୍ରୀ ଯୋଗାଡ କରିସାରିଥିଲେ । ତେବେ ଏପଟେ ମଧ୍ୟ ଯୁବକ ଜଣକ କୌଣସି ଝିଅକୁ ବାହା ହେବାକୁ ମନସ୍ଥ କରିଥିଲେ । ଏହାରି ଭିତରେ ସଂପୃକ୍ତ ଯୁବକଙ୍କ ମୃତଦେହ ବେକରେ ଗାମୁଛା ଭିଡା ଅବସ୍ଥାରେ ଛେଣ୍ଡର ଏକ ଘରୁ ମିଳିଥିଲା । ସେହି ୧୨ ତାରିଖରେ ମୃତକ କୁଆଡେ ତାଙ୍କ ଘରକୁ ଫୋନ୍ କରି ମରିବା କଥା କହିଥିଲେ ବୋଲି ପୁଲିସି କହିଛି । ତେବେ ଏହି ଖବର ପାଇ ମୃତକର ଜଣେ ବନ୍ଧୁ ସେ ଘରକୁ ପ୍ରବେଶ କରିବାରୁ ଏହି ଅବସ୍ଥାରେ ଯୁବକକୁ ପାଇଥିଲେ ଓ ପୁଲିସକୁ ଖବର ଦେଇଥିଲେ ବୋଲି ଛେଣ୍ଡ ଥାନା ସୂତ୍ରରୁ ଜଣାପଡିଛି । ତେବେ ମୃତ୍ୟୁ ଖବର ପାଇ ତାଙ୍କ ଘରଲୋକେ ମୃତକର ଶବ ବ୍ୟବଛେଦ କରି ନିଜ ଗ୍ରାମକୁ ନେଇଯାଇଛନ୍ତି । ଘଟଣା ସଂପର୍କରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *