ଓଡ଼ିଶାର ଉଚ୍ଚଶିକ୍ଷିତ- ଟ୍ରେନ୍‌ ଲୁଟେରା

ବେଶ୍ ଉଚ୍ଚଶିକ୍ଷିତ। କିନ୍ତୁ ନିଶା ହେଲା ଟ୍ରେନରେ ଚୋରୀ କରିବା। ଏଭଳି ହାଇପ୍ରୋଫାଇଲ ଚୋରକୁ ଧରିଛି ମଥୁରା ପୁଲିସ। ଏ ଚୋରର କାହାଣୀ କୌଣସି ଫିଲ୍ମର ସ୍କ୍ରିପ୍ଟରୁ କମ୍ ନୁହେଁ। ଅଭିଯୁକ୍ତର ନାଁ ହେଲା ଫରହାନ୍ ତାସିର। ଘର ଓଡ଼ିଶାରେ। କେବଳ ଦେଶର ନାମକରା ୟୁନିଭରସିଟିରେ ପଢ଼ିନି। ବରଂ ଦିଲ୍ଲୀର ଏକ କମ୍ପାନୀରେ ମ୍ୟାନେଜର ପୋଷ୍ଟରେ ବି କାମ କରୁଥିଲା। କିନ୍ତୁ କରୋନା ବେଳେ ଚାକିରୀ ଯିବା ପରେ ଅପରାଧ ଦୁନିଆକୁ ଓହ୍ଲାଇଥିଲା। ଫରହାନଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଯେ କେହି ତାଜୁବ୍ ହୋଇଯିବ। ବି-ଟେକ୍, ଏମ୍-ଟେକ୍ ଓ ଏମିବିଏମ ପାସ୍। ଅଭିଯୁକ୍ତ ଫରହାନ ବେଙ୍ଗାଲୁରୁର କ୍ରାଷ୍ଟ ୟୁନିଭରସିଟିରୁ ବିଟେକ୍ ଓ ମେକାନିକାଲରେ ଏମଟେକ୍ କରିଛି। ଏହା ସହ ପୁଣେର ସିମ୍ୱୋୟୋସିସ ୟୁନିଭରସିଟିରୁ ଏମବିଏ ବି କରିଛି। ଟ୍ରେନରେ ବିନା ଟିକଟରେ ଚଢ଼େ ଫରହାନ୍। ଫେବୃଆରୀ ୯ରେ ଜଣେ ଡାକ୍ତରଙ୍କୁ ଟାର୍ଗେଟ କରିଥିଲା। ଦିଲ୍ଲୀରୁ ଆଗ୍ରା ଯାଉଥିବା ଟ୍ରେନରେ ବିନା ଟିକଟରେ ଚଢ଼ିଥିଲା। ଟିଟିକୁ ୫ଶହ ଟଙ୍କା ଲାଞ୍ଚ ଦେଇ ଏସି କୋଚରେ ଏଣ୍ଟ୍ରି ମାରିଥିଲା। ଆଉ ଏସି ବଗିରେ ଥିବା ଡାକ୍ତରଙ୍କ ପାଖରୁ ପର୍ସ, ଆପଲ ମୋବାଇଲ ଓ ଏଟିଏମ ଲୁଟିନେଇଥିଲା। କାର୍ଡରୁ ପାସଓ୍ୱାର୍ଡ ବାହାର କରି ଲକ୍ଷେ ୨୬ହଜାର ଟଙ୍କା ଉଠାଇ ଅଏସ ବି କରିଥିଲା। ଡାକ୍ତରଙ୍କ ଅଭିଯୋଗ କ୍ରମେ ଫରହାନକୁ ମଥୁରା ଜିଆରପି ପୁଲିସ ଓଡ଼ିଶାରୁ ଗିରଫ କରିଛି। ତାଠାରୁ ୫୦ହଜାର ଟଙ୍କା ଜବତ କରିଛି ବୋଲି କହିଛନ୍ତି ମଥୁରା ଜିଏଆରପି ଏସପି ଅଭିଷେକ ବର୍ମା। ଟେକନିକ ସର୍ଭେଲାନ୍ସ ବଳରେ ଫରହାନକୁ ଓଡ଼ିଶାରୁ ଗିରଫ କରିଛି ମଥୁରା ପୁଲିସ। ଫରହାନଙ୍କ ଶିକ୍ଷା ପୃଷ୍ଠଭୂମି ବେଶ୍ ବଳିଷ୍ଠ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଭୁଲ୍ ରାସ୍ତା ବାଛିଥିଲା। ପୁଲିସ ଫରହାନକୁ ଗିରଫ କରିବା ସହ ମାମଲାର ଅଧିକ ଛାନଭିନ କରୁଛି। ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଟ୍ରେନରେ ଯାତ୍ରୀଙ୍କଠୁ ଲୁଟପାଟ କରିଆସୁଥିଲା ଅଭିଯୁକ୍ତ ଫରହାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *