ସର୍ଜରୀରେ ଅବହେଳାରୁ ଜଣେ ବ୍ୟକ୍ତି ସବୁଦିନ ଲାଗି ନିଜର ଡାହାଣ ଗୋଡ଼ ହରାଇଲେ। ଏହାକୁ ନେଇ ସଂପୃକ୍ତ ସର୍ଜନ ଓ ହସ୍ପିଟାଲ ଉପରେ ମୋଟା ଅଙ୍କର କ୍ଷତିଭରଣା ଦଣ୍ଡ ଦେଇଛନ୍ତି ନାସନାଲ କଞ୍ଜ୍ୟୁମର ଡିସପୁଟ୍ ରିଡ୍ରେସାଲ କମିଶନ। ସଂପୃକ୍ତ ସର୍ଜନ ଓ ହସ୍ପିଟାଲ ମିଳିତ ଭାବେ ସଂପୃକ୍ତ ରୋଗୀଙ୍କୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି କମିଶନ। କୋଲକାତା ସ୍ଥିତ ନାଇଟିଙ୍ଗେଲ ଡାଇଗ୍ନୋଷ୍ଟିକ ଓ ମେଡିକାେୟାର ସେଣ୍ଟର ହସ୍ପିଟାଲ ଓ ସର୍ଜନ ଡାକ୍ତର ଅନିର୍ବାଣ ଚାଟାର୍ଜୀଙ୍କୁ ଏହି କ୍ଷତିପୂରଣ ରାଶି ମିଳିତ ଭାବେ ଦେବାକୁ ପଡ଼ିବ। ୨୦୧୫ରେ ହୋଇଥିଲା ସର୍ଜରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now