କରିମଗଞ୍ଜରୁ ବିପୁଳ ଡ୍ରଗ୍ସ ଜବତ, ଜଣେ ଗିରଫ

Spread the love

କରିମଗଞ୍ଜ: ସୀମା ସୁରକ୍ଷା ବାହିନୀ ଓ ପୁଲିସର ମିଳିତ ଅପରେସନରେ ଆସାମର କରିମଗଞ୍ଜ ଅଞ୍ଚଳରୁ ଜଣେ ଡ୍ରଗ୍ସ ପେଡଲରକୁ ଗିରଫ କରାଯିବା ସହ ବିପୁଳ ଡ୍ରଗ୍ସ ଜବତ କରାଯାଇଛି। ମଙ୍ଗଳବାର ଦିନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି କି, କରିମଗଞ୍ଜ ଅଞ୍ଚଳରୁ ବିଏସଏଫ ଓପୁଲିସର ମିଳିତ ସହଯୋଗରେ ୯କେଜି ୪୭୭ ଗ୍ରାମର ହେରୋଇନ ଜବତ ହୋଇଛି।

ଏକ ଟ୍ରକରେ ସାବୁନ କେଶ ନିଷିଦ୍ଧ ଡ୍ରଗ୍ସକୁ ନିଆଯାଉଥିବାର ସୂଚନା ପାଇଥିଲା ପୁଲିସ। ସୂଚନା ଆଧାରରେ ମିଜୋରାମ ଓ କାଚାର ସୀମା ସୁରକ୍ଷା ବାହିନୀ ସହ କରିମଗଞ୍ଜ ପୁଲିସ ଚଢାଉ କରିଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏକ ଟ୍ରକରେ ନିଷିଦ୍ଧ ଡ୍ରଗ୍ସ ଚାଲାଣ ନେଇ ସୂଚନା ମିଳିଥିଲା। ମିଲିତ ଟିମ ଏନଏଚ ୩୭ର ନୂଆ କରିମଗଞ୍ଜ ରେଳ ଷ୍ଟେସନ ନିକଟରେ ଟ୍ରକ୍‌କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକର ସିକ୍ରେଟ ଚାମ୍ବରରେ ୭୬୪ ସାବୁନ କେଶ ଭିତରେ ଡ୍ରଗ୍ସ ମିଳିଥିଲା। ପୁଲିସ ଜଣକୁ ଗିରଫ କରିଛି। ଆଜି ତାକୁ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ କରାଯିବ।

ସେପଟେ ସୋମବାର ଦିନ ଆସାମର କଚାର ଜିଲ୍ଲାରେ ଜଣେ ଡ୍ରଗ୍ସ ବେପାରୀକୁ ଗିରଫ କରାଯିବା ସହ ତା ନିକଟରୁ ୫ଟି ସାବୁନ କେଶରେ ଡ୍ରଗ୍ସ ଜବତ କରାଯାଇଥିଲା। ଧୋଲାଇର କର୍କାତ ବସ୍ତିରେ ରହୁଥିବା ଅଭିଯୁକ୍ତ ମେଜିବୁର ରହମନ ତାଲୁକଦାର ଘରେ ଚଢଉ କରାଯାଇ ଡ୍ରଗ୍ସ ଜବତ କରିବା ସହ ରହମନକୁ ଗିରଫ କରିଥିଲା। ତା ନିକଟରୁ ମିଳିଥିବା ଡ୍ରଗ୍ସର ଓଜନ ୨୭୮.୬୦ ଗ୍ରାମ ଥିଲା।

Leave a Reply

Your email address will not be published. Required fields are marked *