ହିମାଂଶୁ ବିଜେପି ସଭାପତିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ : ଧର୍ମଶାଳା ରାଜନୀତି ସରଗରମ

Spread the love

ଧର୍ମଶାଳା : ଗତକାଲି ଭୁବନେଶ୍ୱରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ହିମାଂଶୁ ଶେଖର ସାହୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଯାହାକୁ ନେଇ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଏବେ ସରଗରମ ହୋଇଉଠିଛି । ହିମାଂଶୁ ଆମାଗୀ ଦିନରେ ବିଜେପିରେ ସାମିଲ ହେବା ଏହା ଏକ ସୂଚନା ବୋଲି ସାଧାରଣରେ ଆଲୋଚନା ହେଉଛି । ହିମାଂଶୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଯୁବ ସଙ୍ଗଠକଭାବେ ବେଶ୍  ଜଣାଶୁଣା । ଆଗାମୀ ଦିନରେ ହେବାକୁ ଥିବା ମିଶ୍ରଣ ପର୍ବ ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା କରିବା ସହ ଧର୍ମଶାଳାରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତାହାକୁ ନେଇ ଆଲୋଚନା କରିଥିବା ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ସେ ଧର୍ମଶାଳାରେ ଅଂଶୁମାନ ସୋସିଆଲ ଟ୍ରଷ୍ଟ ଅନୁଷ୍ଠାନ କରି ଯାଜପୁର ଜିଲାରେ ନିରୀହ ଗରୀବ ଓ ଅସହାୟ ଲୋକଙ୍କୁ ସୁବିଧା ଅସୁବିଧାରେ ସହଯୋଗ କରି ବେଶ ଚର୍ଚ୍ଚାରେ ରହି ଆସୁଥିଲେ । ଅନ୍ୟ ପକ୍ଷେ ସେ ବିଜୁ ଜନତା ଦଳରେ ଥାଇ ବିଜେପି ଶିବିରରେ ପହଞ୍ଚି ବିଜେପିର ଗୁଣଗାନ କରିଛନ୍ତି । ଏବଂ ଧର୍ମଶାଳା ବିଜୁ ଜନତା ଦଳର ନେତାଙ୍କୁ ସେ ସମାଲୋଚନା କରିଛନ୍ତି । ତେବେ ସେ ଧର୍ମଶାଳାର  ବିଜେପି କିପରିଭାବେ ନିର୍ବାଚନ ଭଲ ପ୍ରଦର୍ଶନ କରିବ ଏ ନେଇ ହିମାଂଶୁ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବ ଧର୍ମଶାଳାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।       

Leave a Reply

Your email address will not be published. Required fields are marked *