ବିବାହ ୱିଜ ଇଛା ବିରୁଦ୍ଧରେ କରିଦେଇଥିଲେ ପରିବାରବର୍ଗ। ଶେଷରେ ବିବାହର ୪ ବର୍ଷ ପରେ ପ୍ରତିଶୋଧ ନେଲା ପତ୍ନୀ। ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା। ସ୍ୱାମୀକୁ ବାପ ଘରକୁ ବାହାନା କରି ଡାକିଥିଲେ ପତ୍ନୀ। ଆଉ ଶେଷରେ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲେ। ୟୁପିର ବଳରାମପୁର ଜିଲ୍ଲାର ଜୁଗଲିକଲା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଶ୍ୱଶୁର ଘରକୁ ଯାଇଥିଲା ବେଳେ ସ୍ୱାମୀର ଗଳା କାଟି ନିର୍ମମ ହତ୍ୟା ହୋଇଛି। ଏଥିରେ ସଂପୃକ୍ତ ପତ୍ନୀ, ତା ପ୍ରେମିକ ସମେତ ୭ ଜଣଙ୍କୁ ଗିରଫ କରିଛୁ ପୁଲିସ। ପତ୍ନୀ ଉମାର ଗାଁର ଜିତେନ୍ଦ୍ର ସହ ପ୍ରେମସମ୍ପର୍କ ଥିଲା। କିନ୍ତୁ ପରିବାର ଲୋକେ ଉମାର ଇଛା ବିରୁଦ୍ଧରେ ହରେନ୍ଦ୍ର ବର୍ମାଙ୍କ ସହ ବିବାହ କରାଇଦେଇଥିଲେ। ନିଜ ପ୍ରେମିକ ଜିତେନ୍ଦ୍ର ସହ ମିଶି ହରେନ୍ଦ୍ରକୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା ଉମା। ନିଜ ଭାଇର ବିବାହରେ ହରେନ୍ଦ୍ରକୁ ନିଜ ବାପ ଘରକୁ ଡାକିଥିଲେ ଉମା। ବିବାହ ସରିବା ପରେ ସାଙ୍ଗରେ ଘରକୁ ଫେରିବେ କହି ବାହାନାରେ ଡାକିଥିଲେ। ଶୁକ୍ରବାର ବିଳମ୍ୱିତ ରାତିରେ ହରେନ୍ଦ୍ର ପହଞ୍ଚିବା ପରେ ତାକୁ ହତ୍ୟା କରିଦେଇଥିଲେ। ଶନିବାର ସକାଳୁ ପୁଲିସର ସନ୍ଦେହ ହେବାରୁ ଉମାଙ୍କୁ ଜେରା କରିଥିଲା। ଆଉ ପଚରାଉଚୁରା ପରେ ସତ ଓଗାଳିଥିଲା ଉମା। ହତ୍ୟାରେ ବ୍ୟବହୃତ ଛୁରୀ ଜବତ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now