ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ..

ଲାଞ୍ଚ ନେବା ବେଳେ ୨୦୨୧ ବ୍ୟାଚର ଆଇଏଏସ ଅଫିସରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଜଣେ କ୍ରସର ମାଲିକଙ୍କଠୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟପାଟଣା ବ୍ଲକ ଆମଜୋର ଅଞ୍ଚଳର କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ସଂଧ୍ୟାରେ ନିଜ ସରକାରୀ ବାସଭବନରେ ୧୦ଲକ୍ଷ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରିବା ପରେ ଆହୁରି ନଗଦ ୪୭ଲକ୍ଷ ଟଙ୍କା ଜବତ ହୋଇଥିଲା। ଘଟଣାର ଅଧିକ ତଦନ୍ତ ଲାଗି ଚକମାଙ୍କୁ ଭବାନୀପାଟଣା ନିଆଯାଇଛି। ଧିମାନ ଚକମା ତ୍ରିପୁରାର। ୨୦୨୦ରେ ସେ ୟୁପିଏସସି ସିଭିଲ ସର୍ଭିସ କ୍ଲିଅର କରିଥିଲେ। ରାଜ୍ୟରେ ଶିକ୍ଷାର ବିକାଶ ଲାଗି କାମ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଥିଲେ। ତ୍ରିପୁରାର କାଞ୍ଚନପୁର ଏକ ଦୁର୍ଗମ ସହର ଅଟେ। ସେ ନିଜ ସହରର ପ୍ରଥମ ଆଇଏଏସ ଅଫିସର। ଧୀମାନଙ୍କ ଏହା ଶେଷ ଆଟେମ୍ପଟ ଥିଲା। ଏହା ପୂର୍ବରୁ ସେ ବାରିପଦାର ଆଇଏଫଏସ ଅଧିକାରୀ ଭାବେ ନିୟୋଜିତ ଥିଲେ। ଧୀମାନଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଥିଲେ। ଧୀମାନ ୪୮୨ ରାଙ୍କ ରଖିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *