ଦେଶୀ ମଦ ଜବତ : ବେପାରୀ ଅଦାଲତ ଚାଲାଣ

Spread the love

କୋରେଇ : ପାଣିକୋଇଲି ପୁଲିସ ଚଢାଉ କରି ଜଣେ ଦେଶୀ ମଦ ବେପାରୀକୁ ମଦ ସହ ଗିରଫ କରି ଅଦାଲତ ଚାଲାଣ କରିଛି । ବିଭିନ୍ନ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଖବର ପାଇ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି । ଏହି କ୍ରମରେ ଜହ୍ନା ପଂଚାୟତ ଅନ୍ତର୍ଗତ ନରପଦା ଗ୍ରାମରେ ଦେଶୀ ମଦ ବିକ୍ରିର ଖବର ପାଇ ପୁଲିସ ଚଡାଉ କରିଥିଲା । ନରପଦା ଗ୍ରାମର ବିଷ୍ଣୁ ଦାସଙ୍କ ପୁଅ ଟୁଲୁ ଦାସ (୨୩)କୁ ଧରିବାରୁ ତା ନିକଟରୁ ୨୫ ବୋତଲ ଆସ୍କା ଫର୍ଟି ମିଳିଥିଲା । ମଦ ସହ ତାକୁ ଧରି ଥାନାକୁ ଆଣିଥିଲେ । ଏ ନେଇ ଏକ ମାମଲା ୧୧୩/୨୩ ରୁଜ୍ଜୁ କରାଯିବା ସହ ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଅଦାଲତ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *