ଚିତ୍ରୋତ୍ପଳା ନଦୀରୁ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ ଅଭିଯୋଗ, ପ୍ରଶାସନ ଜାଣିବି ଅଜଣା

Spread the love

ସାଲେପୁର : ସରକାର ରାଜସ୍ୱ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟା କରୁଥିଲା ବେଳେ ନିଶ୍ଚିନ୍ତକୋଇଲି ଓ କିଶୋରନଗର ତହସିଲ ଅଧିନରେ ଥିବା ଚିତ୍ରୋତ୍ପଳା ନଦୀରୁ ଶହ ଶହ ଟ୍ରିପ୍ ବାଲି ବାହାରକୁ ଚାଲାଣ ହେଉଛି । ସ୍ଥାନୀୟ ପ୍ରଶାସନ ଜାଣି ନଜାଣିଲା ଭଳି ଅଭିନୟ କରୁଥିବାରୁ ସରକାରଙ୍କ ପାଖକୁ ରାଜସ୍ୱ ଯାଇ ପାରୁନଥିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି ।

ସୂଚନାରୁ ଜଣାପଡିଛି, କଳମିଶ୍ରି, ମହମ୍ମଦପୁର, ନଗସପୁର, ପାଳଦା, କେନ୍ଦୁପାଟଣା ଆଦି ସ୍ଥାନରୁ ବାଲି ଉଠାଇବା ପାଇଁ ଲିଜ୍ ଦିଆଯାଇଛି ବୋଲି କୁହାଯାଉଥିଲା ବେଳେ ବାଲି ନେଉଥିବା ଟ୍ରାକ୍ଟର ଓ ହାଇୱା ଗାଡି ମାଲିକମାନେ ୱାଇ ଫର୍ମ ଦେବାକୁ ଅସମର୍ଥ ହେଉଛନ୍ତି । ଫଳରେ ଠିକାଦାର କାର୍ଯ୍ୟ କରୁଥିବା ବ୍ୟକ୍ତି ଶହ ଶହ ଟ୍ରିପ୍ ବାଲି କାର୍ଯ୍ୟ ପାଇଁ ନେଉଥିଲା ବେଳେ କୌଣସି ପ୍ରମାଣପତ୍ର ଅଫିସରେ ଦାଖଲ କରିପାରୁନଥିବାରୁ ବିଲ୍ ପାଇବାରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ପାଳଦା ବାଲିଘାଟକୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବନ୍ଦ କରାଯାଇଥିଲା ବେଳେ ଅନ୍ୟ ଘାଟରେ ସ୍ଥାନୀୟ ନେତାମାନେ ସିଧାସଳଖ ସଂଶ୍ଳିଷ୍ଟ ରହୁଥିବା ଆଲୋଚନା ହେଉଛି । କଟକ ଜିଲ୍ଲାପାଳ ତଦନ୍ତ କଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।

ଏଠାରେ ସୂଚନା ଥାଉକି, ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।

Leave a Reply

Your email address will not be published. Required fields are marked *