ଡିଫ୍ରିଜରୁ 126 ଲିଟର ବିଦେଶୀ ମଦ ଜବତ ,ଛେଣ୍ଡିପଦା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ।

Spread the love

ଅନୁଗୋଳ ଜିଲ୍ଲା ସ୍ପେସିଆଲ ସ୍କୁଆଡ଼ ଓ ଛେଣ୍ଡିପଦା ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ । ୧୨୬ ଲିଟର ବିଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି l କୋଶଳା ମେଡିକାଲ ଛକ ନିକଟରେ  ଉଠା ଦେକାନୀ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଅନୁଗୋଳର ସ୍ପେସିଆଲ ସ୍କୱାର୍ଡ ଓ ଛେଣ୍ଡିପଦା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।  ଗୋଟିଏ ଡିଫ୍ରିଜରୁ 126 ଲିଟର ବିଦେଶୀ ମଦ ଜବତ କରିବା ସହିତ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି l ପୋଲିସ ଜବତ କରିଥିବା ବିଦେଶୀ ମଦ ଓ ଡିଫ୍ରିଜକୁ ଥାନାକୁ ଆଣି ତଦନ୍ତ ଚଳାଇଥିବା ପୋଲିସ ପ୍ରକାଶ କରିଛି l

Leave a Reply

Your email address will not be published. Required fields are marked *