ମଶାରୀ ଭିତରେ ଥାନାବାବୁଙ୍କ ଶବ- ସର୍ଭିସ ରିଭଲଭରରୁ ଆତ୍ମହତ୍ୟା ନା ହତ୍ୟା କରିବାକୁ ଉସୁକାଇଥିଲେ ମହିଳା ଅଧିକାରୀ

ୟୁପିର ଜାଲୌନ କୁଠୌନ୍ଦ ଥାନାଧିକାରୀ ଅରୁଣ ରାୟଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସସପେନ୍ସ। ଥାନା ପରିସରରେ ଥିବା କ୍ୱାର୍ଟରରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସର୍ଭିସ ରିଭଲଭରରୁ ଗୁଳିରୁ ତାଙ୍କର ମୃତ୍ୟୁ ହୋଇଛି। ଗମ୍ଭୀର ଅବସ୍ଥାରେ ଶୁକ୍ରବାର ରାତି ସାଢ଼େ ୯ଟା ପାଖାପାଖି ଘଟଣା ଘଟିଥିଲା। ରାଜକୀୟ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା। ଅରୁଣଙ୍କୁ ଗୁଳି ଲାଗିଛି ବୋଲି ରାତିରେ ମହିଳା ପୁଲିସ ଅଧିକାରୀ ମିନାକ୍ଷୀ ସୂଚନା ଦେଇଥିଲେ। ଥାନା ଷ୍ଟାଫ ପହଞ୍ଚି ମଶାରୀ ଭିତରେ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଥିବା ଦେଖିଥିଲେ। ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ହୋଇଛି। ମିନାକ୍ଷୀ ଶର୍ମାଙ୍କ ଭୂମିକାକୁ ନେଇ ସନ୍ଦେହ କରିଛନ୍ତି ପରିବାରବର୍ଗ। ଅରୁଣ ଆତ୍ମହତ୍ୟା କରିନାହାନ୍ତି। ବରଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଯାଇଥିବାର ଆରୋପ ଲଦିଛନ୍ତି। ଅଭିଯୋଗ ପରେ ଥାନାକୁ ଆସୁଥିବା ଯାଉଥିବା ଗତିବିଧିକୁ ସିସିଟିଭିରୁ ଖୋଜୁଛି ପୁଲିସ। ଏସପି ଦୁର୍ଗେଶ କୁମାର କହିଛନ୍ତି, ସବୁ ଦିଗକୁ ଅନୁଧ୍ୟାନ କରାଯାଉଛି। ସାକ୍ଷୀଙ୍କ ବୟାନ ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *