ପଞ୍ଜାବର ଇନଷ୍ଟା କୁଇନ କାଞ୍ଚନ ଓରଫ କମଲ କୌରଙ୍କ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ। ବାଠିଣ୍ଡା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଜଶପ୍ରୀତି ସିଂ। ଜଶପ୍ରୀତ ଜୁନ୍ ୮ ତାରିଖରେ କାଞ୍ଚନଙ୍କ ଘରକୁ ଯାଇଥିଲା। କାଞ୍ଚନ ସେତେବଳେ ଘରେ ନଥିଲେ। ପୁଣି ୯ ଜୁନରେ କାର ପ୍ରମୋସନ ବାହାନାରେ ଜଶପ୍ରୀତ ସିଂ ଓ ନିମରତଜିତ ସିଂ ଘରକୁ ଆସି କାଞ୍ଚନକୁ ସାଙ୍ଗରେ ନେଇକି ଯାଇଥିଲେ। କାରର ମରାମତି ଆଳରେ ଗ୍ୟାରେଜରେ ଗାଡ଼ିକୁ ଛିଡ଼ା କରିଥିଲେ। ଆଉ ମରାମତି ପରେ କାଞ୍ଚନକୁ ରାତି ଗୋଟାଏରେ ଶୂନଶାନ ଜାଗାକୁ ନେଇ ଗଳା ଚିପି ହତ୍ୟା କରିଦେଇଥିଲେ। ଶବକୁ କାରରେ ରଖି କାରକୁ ଆଦେଶ ହସ୍ପିଟାଲରେ ପାର୍କିଂରେ ଛାଡ଼ି ଫେରାର୍ ହୋଇଯାଇଥିଲେ। କାଞ୍ଚନ ନାଁ ବଦଳାଇ କମଲ କୌର ନାଁ ରଖିବାକୁ ନେଇ ଏହି ଦୁଇ ଅଭିଯୁକ୍ତଙ୍କ ଆପତ୍ତି ଥିଲା। ଏମାନେ କାଞ୍ଚନକୁ କୌର ଶବ୍ଦ ହଟାଇବାକୁ କହିଥିଲେ। ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚୁରା ଜାରି ରଖିଛି। ସୋସିଆଲ ମିିଡିଆ ଇନଫ୍ଲୁଏନ୍ସର କଞ୍ଚନଙ୍କ ଲକ୍ଷାଧିକ ଫଲୋଅର ଥିଲେ। ନିଜର ବୋଲ୍ଡ କଣ୍ଟେଣ୍ଟ ଲାଗି ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଶବ ଯେଉଁ କାରରୁ ମିଳିଥିଲା ସେ କାର ବି କମଲ କୌରଙ୍କ ଥିଲା। ଜୁନ୍ ୯ରେ ଇଭେଣ୍ଟ ପ୍ରମୋସନ ଆଳରେ ଦୁଇ ଅଭିଯୁକ୍ତ ତାଙ୍କୁ ସାଙ୍ଗରେ ନେଇଥିଲେ। ୩୦ ବର୍ଷୀୟ କଞ୍ଚନଙ୍କ ଇନଷ୍ଟାଗ୍ରାମରେ ୩.୮୪ଲକ୍ଷ ଫଲୋଅର୍ସ ଥିଲେ। ଫନି ଭାବି ଟିଭି ନାଁରେ ତାଙ୍କର ୟୁଟ୍ୟୁବ ଚାନେଲରେ ୨.୩୬ଲକ୍ଷ ସବସ୍କ୍ରାଇବର ଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now