ଜାତୀୟ ପତାକାକୁ ଅସମ୍ମାନ

Spread the love

ଝାରସୁଗୁଡା:  ଜାତୀୟ ପତାକାକୁ ଅପମାନ।  “ଟାୱେଲ”ଭାବରେ ଜାତୀୟ ପତକାକୁ ବ୍ୟବହାର କରିବା ପଡିଲା ମହଙ୍ଗା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ବାନହରପାଲି ଥାନା ବାନ୍ଧବାହାଲରେ ଥିବା ଏକ ମାଂସ ଦୋକାନରେ। ଏନେଇ ମାଂସ ଷ୍ଟଲର ମାଲିକକୁ ପୋଲିସ ଗିରଫ କରିଛି। ମାଂସ ଷ୍ଟଲରେ ଜାତୀୟ ପତାକାରେ ଛେଳିର କଟାଯାଇଥିବା ମୁଣ୍ଡକୁ ଢଙ୍କା ଯାଇଥିବା ନେଇ ଏକ ଭିଡିଓରେ ଦଖିବାକୁ ମିଳିଛି। ତେବେ ସେହି ମାଂସ ଷ୍ଟଲରେ  ଏଭଳି ଜାତୀୟ ପତାକାର ଅସମ୍ମାନ କରୁଥିବା ଦେଖି ଜଣେ ଯୁବକ ଏହାକୁ ପ୍ରତିବାଦ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ମାଂସ ଷ୍ଟଲ୍ ମାଲିକ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଥିବା ଏବଂ ସେ ଏହାକୁ ବ୍ୟବହାର କରୁଥିବା ଦେଖାଯାଇଥିଲା । ତେବେ ଜାତୀୟ ପତାକା ପ୍ରତି ଅସମ୍ମାନ ଅଭିଯୋଗରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Leave a Reply

Your email address will not be published. Required fields are marked *