Jharsugudaଓଡ଼ିଶା

ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସମସ୍ତ ୧୯ ରାଉଣ୍ଡ ଭୋଟ ଗଣତି ଶେଷ ହେବା ପରେ ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳୀ ୧୦୭୦୦୩ ଭୋଟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର ତ୍ରିପାଠୀ ୫୮୩୮୪ ଭୋଟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ମାତ୍ର ୪୪୭୩ ଭୋଟ ହାସଲ କରିଛନ୍ତି ।

ଏହି ଉପ ନିର୍ବାଚନରେ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତିା

ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହିବା ଆରମ୍ଭ କରି ଦେଇଥିଲା । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭ ଶହରୁ ଅଧିକ ଭୋଟରେ ଆଗରେ ଥିଲେ ଦୀପାଳି ଦାସ । ଏହା ପରଠୁ ଗଣତି ଯେତେ ଯେତେ ଆଗକୁ ବଢୁଥିଲା, ବିଜେଡି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ମଧ୍ୟ ବଢିବାରେ ଲାଗିଥିଲା ।

 ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନବ ଦାସଙ୍କ ଠାରୁ ୪୫ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । ହେଲେ ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସହ ଲଢେଇରେ ବିଜେଡିର ଭୋଟ ବ୍ୟବଧାନ ଆହୁରି ଅଧିକ ବଢିଥିଲା । ତେବେ ଗତଥରଠୁ ଏଥର ବିଜେପି ଦଳକୁ ୫, ୫୫୬ ଖଣ୍ଡ ଭୋଟ୍ ଅଧିକ ମିଳିଥିଲା ।

ସେହିପରି କଂଗ୍ରେସ ଏହି ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ୨୦୧୯ରେ ୧୮ ହଜାରରୁ ଅଧିକ (୧୮,୮୨୩) ଭୋଟ୍ ପାଇଥିବା କଂଗ୍ରେସର ଭୋଟ୍ ଏଥର ୪, ୪୯୬କୁ ଖସିଛି । ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେ ଅମାନତ ହରାଇଛନ୍ତି ।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଉପନିର୍ବାଚନରେ ବିଜେଡି ମୋଟ୍ ୬୦.୯୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩୩.୨୪ ପ୍ରତିଶତ । ସେହିପରି କଂଗ୍ରେସକୁ ମିଳିଛି ମାତ୍ର ୨. ୫୬ ପ୍ରତିଶତ ଭୋଟ୍ ।

Leave a Reply

Your email address will not be published.

Back to top button