ହିନ୍ଦୁ ମୁସଲମାନ ପ୍ରେମ: ଯୁବକ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

Spread the love

ଲକ୍ଷ୍ନୌ: ଭଉଣୀ ସହ ସମ୍ପର୍କ ରଖିବାରୁ ଯୁବକକୁ ମାରିଦେଲେ ଭାଇ। ଆଉ ଭଉଣୀର ବି ସନ୍ଦେହଜନକ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ୟୁପିରେ। ୧୯ ବର୍ଷୀୟ ହିନ୍ଦୁ ଯୁବକ ଅଙ୍କିତକୁ ଇରଫାନ, ଇରସାଦ୍ ଓ ସେମାନଙ୍କର ସମ୍ପର୍କୀୟ ଭାଇ ମିଳିମିଶି ହତ୍ୟା କରିଛନ୍ତି। ଉଭଣୀ ଅମିନା ଖାତୁନ ସହ ସମ୍ପର୍କରେ ଥିବା ଜାଣି ମାରିଦେଲେ। ସବୁଠୁ ଆଚମ୍ୱିତ କଲା ଭଳି ଖବର ହେଉଛି କି, ଅମିନାର ବି ସନ୍ଦେହଜନକ ମୃତ୍ୟୁ ହୋଇଛି।

ଝାଡ଼ଖଣ୍ଡର ଅଙ୍କିତା ମୃତ୍ୟୁ ପରେ ଜଷ୍ଟିସ ଫର୍ ଅଙ୍କିତା ଅଭିଯାନ ତେଜୁଥିଲା ବେଳେ ଓ ଅଭିଯୁକ୍ତ ଶାହାରୁଖକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ଜୋରଦାର ହେଉଛି। ସେପଟେ  ଆଉ ଏକ ଅଭାବନୀୟ ଘଟଣା ଆସିଛି ଉତ୍ତରପ୍ରଦେଶରେ। ଏଠାରେ ଜଣେ ମୁସଲିମ ଝିଅକୁ ଭଲ ପାଉଥିବାରୁ ହିନ୍ଦୁ ଯୁବକ ଝିଅର ଭାଇଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଛି। ୧୯ ବର୍ଷୀୟ ହିନ୍ଦୁ ଯୁବକ ଅଙ୍କିତକୁ ଝିଅର ଭାଇ  ଇରଫାନ, ଇରସାଦ ମିଶିକି ହତ୍ୟା କରିଛନ୍ତି।

ଛୁରୀରେ ଭୁଷି ଅଙ୍କିତକୁ ହତ୍ୟା କରିଛନ୍ତି। ଅଗଷ୍ଟ ୨୬ର ଘଟଣା। ରୁଥାଉଲି ଥାନା ଅନ୍ତର୍ଗତ ପଦ୍ରିଆ ଚେଟ୍ ସିଂ ଗାଁର ଅଙ୍କିତଙ୍କ ମୃତ ଦେହ ତା ପର ଦିନ  ଏକ ବିଲରୁ ମିଳିଥିଲା। ଶବ ବ୍ୟବଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇସାରିଛି କି, ଅଙ୍କିତକୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଅଙ୍କିତ ୨୫ ତାରିଖ ସଂଧ୍ୟାରୁ ନିଖୋଜ ଥିବା ତାଙ୍କ ଭାଇ ଥାନାରେ ଜଣାଇଥିଲେ। ସଂଧ୍ୟାରେ ତାକୁ ଇରଫାନ ଓ ଇରସାଦ୍ ଡାକିଥିଲେ। ସେମାନଙ୍କ ଡାକରାରେ ସେ ଯାଇଥିଲା। ହେଲେ ତା ପରଠୁ ଆଉ ଘରକୁ ଫେରିନି। ପୁଲିସ ଜମିରେ ଅଙ୍କିତର ମୃତ ଦେହ ତା ପର ଦିନ ଠାବ କରିଥିଲା।

କେବଳ ଏତିକି ନୁହେଁ। ଇରଫାନ ଓ ଇରସାଦର ଭଉଣୀ ଅମିନା ଖାତୁନଙ୍କର ମୃତ୍ୟୁ ବି ରହସ୍ୟଜନକ ଭାବେ ହୋଇଛି। ଏପରିକି ଅମିନାଙ୍କର ଅନ୍ତିମ ସଂସ୍କାର ବି ତାଙ୍କ ପରିବାର କରିଦେଇଛନ୍ତି। ଅଙ୍କିତଙ୍କର ହତ୍ୟା ମାମଲାରେ ଅଭିଯୁକ୍ତ ଦୁଇ ଭାଇଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କ ନାଁରେ ମାମଲା ହୋଇଛି। ବସ୍ତି ରେଞ୍ଜର ଆଇଜି ରାମ କ୍ରିଷ୍ଣା ଭରଦ୍ୱାଜ ବି କହିଛନ୍ତି କି, ଦଳିତ ଯୁବକ ଅଙ୍କିତର ମୃତ୍ୟୁ କାରଣ ଶବ ବ୍ୟବଛେଦ ରିପୋର୍ଟରେ ସ୍ପଷ୍ଟ ହୋଇସାରିଛି। କିନ୍ତୁ ଅମିନାଙ୍କର ମୃତ୍ୟୁ କାରଣକୁ ଠାବ କରାଯାଇପାରିନି। ଅଟୋପ୍ସିରେ ଜାଣିବାକୁ ଯାଞ୍ଚ ଜାରି ରହିଛି। କାରଣ ଝିଅର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଅମିନାର ଭିସେରାକୁ ଲାବୋରୋଟୋରିକୁ ପରୀକ୍ଷା ଲାଗି ପଠାଯାଇଛି। ସନ୍ଦେହ କରାଯାଉଛି କି, ଅଙ୍କିତର ମୃତ୍ୟୁ ଖବର ପାଇ ଅମିନା ହୁଏତ ବିଷ ପିଇ ଦେଇଥିବ। ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିନେଇଛନ୍ତି। ଭଉଣୀ ସହ ଗୋଟିଏ ଘରେ ଥିବା ଦେଖି ସେମାନେ ହିତାହିତ ଜ୍ଞାନ ଭୁଲିଯାଇଥିଲେ। ଅଙ୍କିତକୁ ମାରିଲା ପରେ ତାକୁ ବିଲରେ ଫିଙ୍ଗିଦେଇଥିଲେ।

ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା, ପ୍ରମାଣ ନଷ୍ଟ ଓ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଛି। ହିନ୍ଦୁ ଯୁବକକୁ ଏଭଳି ହତ୍ୟା ପରେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ, ସେ ନେଇ ଯଥେଷ୍ଟ ପୁଲିସ ଫୋର୍ସ ଗାଁରେ ମୁତୟନ କରାଯାଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *