ଅଷ୍ଟମ ଛାତ୍ରଙ୍କୁ ରାଗିଂ ଘଟଣାର ତଦନ୍ତ ଆରମ୍ଭ

Spread the love

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା  ଉମରକୋଟ ସ୍ଥିତ ଗୁରୁକ୍ରୁପା ଘରୋଇ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଘଟଣା । ଗତକାଲି ତାଙ୍କ ସହପାଠୀ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।  ଛାତ୍ରଙ୍କ ପକ୍ଷରୁ ଏନେଇ  ଉମରକୋଟ ଥାନାରେ ଅଭିଯୋଗ ହୋଇଥିଲା ।

ଗତକାଲିର ଅଭିଯୋଗକୁ ପ୍ରଶାସନ ଗୁରୁତର ସହ ନେଇଛି। ଆଜି ଜିଲ୍ଲା ପ୍ରଶାସନ  ପକ୍ଷରୁ ଆରମ୍ଭ ହୋଇଛି  ପ୍ରଶାସନିକ ତଦନ୍ତ । ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛନ୍ତି ପୀଡିତଙ୍କ ପରିବାର। ଅନ୍ୟପକ୍ଷରେ ୨୪ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ପୀଡିତ ଛାତ୍ର ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା  ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ତେବେ ପୀଡିତ ଛାତ୍ରଙ୍କ ପରିବାର ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉଚିତ ନ୍ୟାୟ ଦେବାକୁ ଦାବି ହୋଇଛି। ସମ୍ପ୍ରତି ବିଭିନ୍ନ କଲେଜରେ ରାଗିଂକୁ ନେଇ ଆସୁଥିବା ଅଭିଯୋଗ ଓ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ଅଭିଯୋଗକୁ ଗୁରୁତ୍ବର ସହ ନେଇଛି ଜିଲ୍ଲାପ୍ରଶାସନ।

Leave a Reply

Your email address will not be published. Required fields are marked *