ପୁଣି ଏନସିବି ରାଡ଼ାରରେ ରିଆ

Spread the love

ବଲିଉଡ ଆକ୍ଟର ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ପୂରିଛି। ଗତ ଦୁଇ ବର୍ଷ ହେବ ଆକ୍ଟରଙ୍କ ପରିବାର ସଦସ୍ୟ ତାଙ୍କ କେସ୍ ଲଢୁଛନ୍ତି। ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସ ଗରିଫ କରିଥିଲା। ଏହାସହ ତାଙ୍କ ଉପରେ ଅନେକ ଡ୍ରଗ୍ସ ଅଭିଯୋଗ ଲଗାଯାଇଥିଲା। ଏଥି ସହିତ ଆକ୍ଟ୍ରେସ ପୁଣି ଥରେ ଏହି କେସରେ ଫସି ଥିବା ନଜର ଆସିଛନ୍ତି। ରିୟା ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରଡାରରେ ଅଛନ୍ତି। NCB ଡ୍ରଗ୍ସ ମାମଲାରେ ଚାର୍ଜ ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ରିୟା ଏବଂ ଅନ୍ୟ ୩୪ ଅଭିଯୁକ୍ତଙ୍କୁ ଉଚ୍ଚ ସମାଜ ତଥା ବଲିଉଡ ଲୋକଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବାର ଚାର୍ଜ ଲାଗିଛି। ସୁଶାନ୍ତଙ୍କୁ ଡ୍ରଗ୍ସରେ ନିଶାସକ୍ତ ହେବା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି।

ରିୟା ଉପରେ ଏନସିବି ଅଭିଯୋଗ କରିଛି ଯେ, ଆକ୍ଟ୍ରେସ୍ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ ଏବଂ ସେମାନଙ୍କ ପାଇଁ ଅର୍ଥ ପ୍ରଦାନ କରିଥିଲେ। ଏନସିବି ଏହାର ଚାର୍ଜ ଡ୍ରାଫ୍ଟରେ ଦାବି କରିଛି ଯଏ, ରିୟା ସ୍ୟାମୁଏଲ୍ ମିରାଣ୍ଡା, ଶୌଭିକ୍ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠାରୁ ଅନେକଥର ଗଞ୍ଜେଇ ନେଇଥିଲେ। ଗଞ୍ଜେଇ ଡେଲିଭରୀ କରିବା ପରେ ରିୟା ଏହାକୁ ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ଦେଇଥିଲେ। ରିୟା ମାର୍ଚ୍ଚା ୨୦୨୦ ରୁ ସେପ୍ଟମ୍ୱର ୨୦୨୦ ମଧ୍ୟରେ ରିୟା ଗଞ୍ଜେଇ ଡେଲିଭରିର ପେମେଣ୍ଟ କରିଥିଲେ। ଡ୍ରାଫ୍ଟ ଅନୁଯାୟୀ, ରିୟା NDPS ଆକ୍ଟ ୧୯୮୫ର ଧାରା 8[c] ସହିତ 20[b][ii]A, 27A,28,29 & 30 ସହିତ ଏକ ଅପରାଧ କରିଛନ୍ତି।

ଏହି ଅନୁଯାୟୀ, ମାର୍ଚ୍ଚ ୨୦୨୦ରୁ ଡିସେମ୍ୱର ୨୦୨୦ ମଧ୍ୟରେ ସମସ୍ତେ ଅପରାଧିକ ଷଡଯନ୍ତ୍ରରେ ଜଡିତ ହୋଇଥିଲେ। ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ୨୦୨୦ରେ ତାଙ୍କ ଘରୁ ତାଙ୍କର ମୃତ୍ୟଦେହ ମିଳିଥିଲା। ହଠାତ୍ ସୁଶାନ୍ତଙ୍କ ମୃତ୍ୟୁ ଖବର ଚାରିଆଡେ ବ୍ୟାପି ଯାଇଥିଲା ସମଗ୍ର ଦେଶକୁ ଚକିତ କରିଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁକୁ କେହି ମଧ୍ୟ ବିଶ୍ୱାସ କରିପାରୁ ନଥିଲେ। ଆକ୍ଟରଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ଅନେକ ଅନୁସନ୍ଦାନକାରୀ ସଂସ୍ଥା ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁର ଅନୁସନ୍ଦାନ କରାଯାଇଛି କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସୁଶାନ୍ତଙ୍କ ଫ୍ୟାନ୍ସମାନେ ଆଜି ବି ତାଙ୍କୁ ନ୍ୟାୟ ପାଇଁ ନିବେଦନ କରୁଛନ୍ତି।

  • ଶୁଭଲଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *