ବ୍ୟବସାୟୀ ସେକ ଜସିମଙ୍କୁ ଗୁଳି କରି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ଵରରେ ବ୍ୟବସାୟୀ ସେକ ଜସିମଙ୍କୁ ଗୁଳି କରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତ ହେଲେ ବିହାର ଔରଙ୍ଗବାଡ ମୁଫାସିଲ ଥାନା ଅଞ୍ଚଳର ସଞ୍ଜୟ ସିଂ। ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୬ଟି ଗୁଳି ଜବତ କରିଛି ପୁଲିସ। ଗତ ଜୁନ ୪ରେ ବ୍ୟବସାୟୀ ସେକ ଜସିମ ବାଲେଶ୍ଵର ସୋମନାଥପୁରରେ ଥିବା ତାଙ୍କ ସୋ-ମିଲରୁ ସମଲପୁରରେ ଥିବା ନିଜ ଘରକୁ ଫେରୁଥିଲେ। ବଡଗାଁ ରେଳଷ୍ଟେସନ ଲେବୁଲ କ୍ରସିଂ ନିକଟରେ ଏକ ଧଳା କାରରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସିଂ ଓ ଅନ୍ୟ ଅଭିଯୁକ୍ତ ଆସି ୪ ରାଉଣ୍ଡ ଜସିମଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ୨୦୦୬ ଠାରୁ ଓଡିଶାର ବିଭିନ୍ନ ଜିଲ୍ଲାର ଅପରାଧ ସହିତ ଜଡିତ ରହିଥିଲେ। ଏନେଇ ବାଲେଶ୍ଵର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟଜିତ ନାୟକ ଓ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *