ଦୁଇ ଫେରାର ଅଭିଯୁକ୍ତକୁ ଗିରଫ କଲା ଜୟପୁର ସଦର ପୋଲିସ

Spread the love

ଜୟପୁର : ଫେରାର ଦୁଇ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ଜୟପୁର ସଦର ଥାନା ଅନ୍ତର୍ଗତ ଗରୁଡଗୁଡା ଗ୍ରାମର ଧନଞ୍ଜୟ ହରିଜନ (୫୮) ଓ ସଭାପତି ହରିଜନ (୪୫) । ପୋଲିସ ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଗୁରୁଡଗୁଡା ଗ୍ରାମର ଧନଞ୍ଜୟ ହରିଜନ ଓ ସଭାପତି ହରିଜନ ନାମରେ ୨୦୧୫ ମସିହାରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ଫେରାର ଥିବା ବେଳେ ଆଜି ଗୁରୁଡଗୁଡାରେ ଚଢାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *