ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି। ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି କନେଷ୍ଟବଳଙ୍କ ଆକ୍ରମଣ। ଯାଜପୁର ରାମବାଗ ଫାଣ୍ଡି ର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳ ଙ୍କ ବିରୋଧ ରେ ମଙ୍ଗଳପୁର ଥାନାରେ ଅଭିଯୋଗ ଆସିବା ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳ ଙ୍କୁ ଗିରଫ କରିଛି । କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳ ରାତିଅଧରେ ମଙ୍ଗଳପୁର ଅଞ୍ଚଳରେ ନର୍ସଙ୍କର ଭଡ଼ାଘରେ ପଶି ପ୍ରେମ ନିବେଦନ କରିଥିଲେ । ମାତ୍ର ସଂପୃକ୍ତ ନର୍ସ କଥା ନ ମାନିବାରୁ ତାଙ୍କୁ ସେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ସମ୍ପୃକ୍ତ କନେଷ୍ଟବଳଙ୍କ ଘର ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମର । ସେ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସମ୍ପୃକ୍ତ କନେଷ୍ଟବଳଙ୍କ କଥାରେ ନର୍ସ ଅରାଜି ହେବାରୁ ଗତକାଲି ରାତିରେ ନର୍ସଙ୍କ ଘରେ ପଶି କନେଷ୍ଟବଳ ଜଣକ ପ୍ରେମ ନିବେଦନ କରିଥିଲେ। ଏଥିରେ ରାଜି ନ ହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ସଂପୃକ୍ତ ନର୍ସ ମଙ୍ଗଳପୁର ଥାନା ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳପୁର ପୁଲିସ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରିଥିବା ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now