ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

‘ସ୍ତ୍ରୀ-୨’ ଏବଂ ‘ପୁଷ୍ପା’ ପରି ବ୍ଲକବଷ୍ଟର ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିବା ଜାନି ମାଷ୍ଟର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଅନେକ ବଡ ତାରକାଙ୍କୁ ନିଜ ଈଶାରାରେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ନଚାଇଥିବା ବେଳେ ଏବେ ତାଙ୍କ ବିରୋଧରେ ଏକ ବଡ଼ ଆରୋପ ଲାଗିଛି।ଜାନି ମାଷ୍ଟରଙ୍କ ସହ କାମ କରୁଥିବା ଜଣେ ୨୧ବର୍ଷର ଯୁବତୀ ତାଙ୍କ ବିରୋଧରେ ଯୌନ ଅସଦାଚରଣର ଆରୋପ ଲଗାଇଥିବା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଏବେ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦର ରାୟଦୁର୍ଗମ ପୁଲିସ ଷ୍ଟେସନରେ ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ, ଏତଲା ପରେ ଜାନିଙ୍କୁ ଗୋଆରୁ ଗିରଫ କରି ହାଇଦ୍ରାବାଦକୁ ନେଇଥିଲା ପୁଲିସ। ସାଇବରବାଦା ପୁଲିସର ଏସଓଟି (ସ୍ପେଶାଲ ଅପରେସନ୍ ଟିମ୍) ଜାନି ମାଷ୍ଟରଙ୍କୁ ଗୋଆରୁ ଗିରଫ କରିଥିଲା। କୁହାଯାଉଛି ଯେ, ଜାନି ମାଷ୍ଟର ଭାରତ ଛାଡ଼ିବାକୁ ଯୋଜନା କରୁଥିଲେ, ହେଲେ ପୁଲିସ ତାଙ୍କୁ ଏହା ପୂର୍ବରୁ ଗିରଫ କରିଥିଲା।ପୀଡିତାଙ୍କ ଅଭିଯୋଗ ମୁତାବକ, ଅଗଷ୍ଟ ୧୭ରେ ତାଙ୍କୁ କିଛି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଧମକ ମିଳିଥିଲା। ଅଗଷ୍ଟ ୨୮ରେ, ସେ ଏକ ଚିଠି ମଧ୍ୟ ପାଇଥିଲେ ଯେଉଁଥିରେ ଲେଖାଥିଲା ଯେ ତୁମର ଗୀତ ପାଇଁ ଅଭିନନ୍ଦନ କିନ୍ତୁ ସାବଧାନ | ସେ ଦାବି କରିଛନ୍ତି ଯେ, ଜାନି ତାଙ୍କ ପିଛା କରିବା ସହ ବିବାହ କରିବା ପାଇଁ ଚାପ ପକାଉଥିଲେ। ମନା କରିବାରୁ ସେ ତାଙ୍କ(ପୀଡ଼ିତା) ମୁଣ୍ଡ କାନ୍ଥରେ ପିଟିବାକୁ ଚେଷ୍ଟା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *