କଟିହାର ନରସଂହାର: ୫ ଗିରଫ

Spread the love

ପାଟନା: ବିହାରର କଟିହାରରେ ହୋଇଥିବା ଗ୍ୟାଙ୍ଗ ୱାରରେ ୪ ଜଣଙ୍କୁ ହତ୍ୟା କରାଯାଇବା ପରେ ଟ୍ବିଟର ଟ୍ରେଡ ପାଲଟିଛି ଏହି ଘଟଣା। ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ଚଳାଇଛି।

କଟିହାରରେ ଡିସେମ୍ବର ୨ ତାରିଖରେ ଦୁଇ ଗୋଷ୍ଠି ଭିତରେ ଦେଖାଦେଇଥିଲା ବିବାଦ। ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସହ ଗୁଳି ମାଡ ମଧ୍ୟ ହୋଇଥିଲା। ଏଥିରେ ୪ ଜଣଙ୍କୁ ହତ୍ୟା କରାଯାଇଥିଲା।  ତେବେ ୧୦ ଦିନ ପରେ ସୋମବାର ଦିନ ଏହା ଟ୍ବିଟର ଟ୍ରେଣ୍ଡ କରୁଛି।

କଟିହାରର ବରାରୀ ଥାନା ଅଧୀନ ବକିୟା  ଦିୟାରାରେ ହୋଇଥିବା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିନେଇଥିବା କହିଛି। ସୂଚନା ମୁତାବକ, ଘଟଣାର କିଛି ଦିନ ପରେ  ଦିୟାରାରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସମସ୍ତ ମୃତକ ଗୋଟିଏ ଜାତିର ଥିଲେ।  ତିନି ଜଣଙ୍‌କ ମୃତ୍ୟୁ ପାଇଁ ମୃତକଙ୍କ ପରିବାର ବର୍ଗ ମୋହନା ଚାନ୍ଦପୁରର ମୋହନ ଠାକୁରଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଇଥିଲେ। ଏକ୍ସଟରସନ ଦାବି ପୂରଣ କରାନ ଯିବାକୁ ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ପୁଲିସ ଘଟଣାର ତଦନ୍ତ କରୁଥିବା ପୂର୍ଣ୍ଣିଆର ଆଇଜି ସୁରେଶ ଚୌଧୁରୀ କହିବା ସହ ଘଟଣାସ୍ଥର ପରିଦର୍ଶନ କରିଛନ୍ତି। ସେ ପୀଡିତ ପରିବାରଙ୍କ ସହ ମଧ୍ୟ ଭେଟିଛନ୍ତି। ଏହି ଘଟଣା ପରେ ବକିଆ ଦିୟାରାରେ ଏକ ସ୍ଥାୟୀ ଥାନା ହେବାକୁ ଯାଉଥିବା ଆଇ କହିଛନ୍ତି। ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ସେପଟେ କଟିହାର ନରସଂହାର ଘଟଣାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି। ଗ୍ୟାଙ୍ଗୱାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାପ୍ ଅଧ୍ୟକ୍ଷ ପପୁ ଯାଦବ। ଆଜି ପୀଡିତାଙ୍କ ପରିବାରକୁ ଭେଟି ମୃତ ସମ୍ପର୍କୀୟଙ୍କ ଅବସ୍ଥା ସମ୍ପର୍କରେ ପଚରି ବୁଝିଥିଲେ ପପୁ ଯାଦବ। ତାସହ ବିହାର ସରକାରଙ୍କୁ ଟାର୍ଗେଟ କରିଥିଲେ।  

Leave a Reply

Your email address will not be published. Required fields are marked *