କେନ୍ଦୁଝର: ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ କିରାଣୀ

କେନ୍ଦୁଝର : କେନ୍ଦୁଝର ର ଦୁର୍ନିତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି ଜଣେ ଲାଞ୍ଚୁଆ କିରାଣୀ । ଏହି ଘଟଣା କେନ୍ଦୁଝର ଜିଲ୍ଲାର ଘଟଗାଁ ତହସିଲରେ ଘଟିଛି । ଘଟଗାଁ ତହସିଲ କାର୍ଯ୍ୟାଳୟରେର ଜୁନିୟର ରେଭିନ୍ୟୁ ଆସିଷ୍ଟାଂଟ ଭାବେ କାର୍ଯ୍ୟରତ ଦେବାଶିଷ ପଣ୍ଡା , ସେହି ତହସିଲ ଅନ୍ତର୍ଗତ ଟାଙ୍ଗରତଳି ଗ୍ରାମର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନିତି ନିବାରଣ ସଂସ୍ଥା ହାତରେ ଧରା ପଡିଛନ୍ତି । ବନମାଳୀ ପଲେଇଙ୍କର ଭାଇ ଭାଗ ବଣ୍ଟା ଜମିର ଚିହ୍ନଟ ସହ ପଟ୍ଟା କରିଦେବାକୁ ଏହି ଲାଞ୍ଚ ଟଙ୍କା ନେଉଥିବା ଜଣା ପଡିଛି । ଆଜି ଠାରୁ ଅମଲା ମାନେ ସମୁହ ଛୁଟିରେ ରହିଥିବା ବେଳେ ସକାଳ ପ୍ରାୟ ୧୧ ଟା ବେଳେ ଘଟଗାଁ ତହସିଲ ନିକଟସ୍ଥ ଏକ ଘରେ ଦେବାଶିଷ ଏହି ଟଙ୍କା ବନମାଳୀଙ୍କ ଠାରୁ ନେଉଥିବା ବେଳେ ଦୁର୍ନିତି ନିବାରଣ ହାତରେ ଧରା ପଡିଥିଲେ । ଦେବାଶିଷଙ୍କ ଘର ବାଲେଶ୍ୱରରେ ବୋଲି ଜଣା ପଡିଥିବା ବେଳେ ଦୁର୍ନିତି ନିବାରଣ ବିଭାଗ ଦ୍ୱାରା ଦେବାଶିଷଙ୍କ ଘଟଗାଁସ୍ଥିତ ଉପରଡିହା ଭଡା ଘର, ବାଲେଶ୍ୱର ପୁଟୁରା ଅଞ୍ଚଳରେ ଥିବା ନିଜ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । କିନ୍ତୁ ସବିଶେଷ ତଥ୍ୟ ମିଳିପାରି ନାହିଁ । ଇତି ମଧ୍ୟରେ ଦେବାଶିଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *