ମହିଳାଙ୍କୁ ବଳି ଦେଇ ସେମାନଙ୍କ ମାଂସ ଖାଇଥିବା ସନ୍ଦେହ

Spread the love

ତୁରୁବନନ୍ତପୁରମ: କେରଳରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ପ୍ରାରମ୍ଭିକ ସ୍ଥିତି ଅନୁଧ୍ୟାନ ପରେ ସନ୍ଦେହ କରୁଛି କି, ହତ୍ୟାକାରୀ ଦମ୍ପତି ବଳି ଦେଉଥିବା ମହିଳାଙ୍କ ମାଂସ ଖାଉଥିଲେ। ପୁଲିସ ଏହି ଘଟଣାରେ ମଙ୍ଗଳବାର ୩ ଅଭିଯୁକ୍ତ ମସାଜ ଥେରାପିଷ୍ଟ ଭାଗବଲ ସିଂହ, ତାଙ୍କ ପତ୍ନୀ ଲେଲା ଓ ସେମାନଙ୍କ ଏଜେଣ୍ଟ ମହମ୍ମଦ ଶପିକୁ ଗିରଫ କରିଛି। ମସାଜ ଥେରାପିଷ୍ଟ ଭାଗବଲ ଶାସକ ଦଳ ସିପିଆଇଏମ ସହ ଜଡିତ ଥିଲା।

ଶଫି ସେହି ଦୁଇ ମହିଳାଙ୍କୁ ଲୋଭ ଦେଖାଇ ଘରକୁ ଆଣିଥିଲା, ଯେଉଁଠି ସେମାନଙ୍କୁ ପୋତି ଦିଆଯାଇଥିଲା। ଏହି ଘଟଣା ପରେ ପୁଲିସ କିଛି ଦିନରୁ ନିଖୋଜ ଲୋକଙ୍କ ମାମଲାରେ ଯାଞ୍ଚ କରିଛି। ପୁଲିସ ମୁତାବକ, ଶଫି ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି। ୨୦୨୦ରେ ସେ ଜଣେ ୭୫ ବର୍ଷୀୟ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଗରିଫ ହୋଇ ପରେ ଜାମିନରେ ବାହାରିଥିଲା। ଶଫି ଫେସବୁକରୁ ଦୁଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଟଙ୍କା ଦେବାର ଲୋଭ ଦେଖାଇ  ପଟନମିତଟ୍ଟା ସ୍ଥିତ ଡାକ୍ତର ଦମ୍ପତିଙ୍କ ଘରକୁ  ଆଣିଥିଲେ।

ପୁଲିସ ମୁତାବକ, ମୁଖ୍ୟ ଅଭିଯୁକ୍ତ ସଫି ପୋନୋଗ୍ରାଫି ଫିଲ୍ମରେ କାମ କରିବାକୁ ମହିଳାମାନଙ୍କୁ ଅର୍ଥ ଲୋଭ ଦେଖାଇଥିଲା। ଏହା ପରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ଡାକ୍ତର ଦମ୍ପତିଙ୍କୁ ନର ବଳି ଦେଲେ ସବୁ ସମସ୍ୟା ଦୂର ହୋଇଯିବ ବୋଲି ସେମାନଙ୍କ ମାଇଣ୍ଡ ୱାସ କରିଥିଲା। ସେମାନଙ୍କୁ ନିଜ ଜାଲରେ ପକାଇବା ପରେ ପ୍ରଥମେ ରୋସେଲିନଙ୍କୁ ଜୁନ ମାସରେ ଓ ସେପ୍ଟେମ୍ବରରେ ପଦ୍ମାଙ୍କୁ ନେଇ ଆସିଥିଲା। ଉଭୟ ଲଟେରୀ ଟିକେଟ ବିକ୍ରିକରୁଥିଲେ।

ପୁଲିସ ଅନୁଯାୟୀ, ପୀଡିତ ରୋସେଲିନ ଓ ପଦ୍ମାଙ୍କ ଗଳା ଚିପି ହତ୍ୟା କରିବା ପୂର୍ବରୁ ସେମାନଙ୍କୁ ବନ୍ଧା ଯାଇଥିଲା ଓ ବହୁ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କ ସ୍ଥନ କାଟି ରକ୍ତ ବହିବାକୁ ଦିଆଯାଇଥିଲା।  ଜଣେ ମହିଳାଙ୍କ ମୃତଦେହରେ ୫୬ ଖଣ୍ଡ କରାଯାଇଛି। ତିନୋଟି ଗାତରୁ ମହିଳାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉଦ୍ଧାର କରାଯାଇଛି।

କୋଚି ପୁଲିସ ମୁଖ୍ୟ ସିଏଚ ନାଗରାଜୁ କହିଛନ୍ତି, ଶଫି ଏକ ଯୌନ ବିକାରଗ୍ରସ୍ତ ରୋଗୀ। ତାକୁ ନୃସଂଶତା ଭଲଲାଗେ। ପୂର୍ବରୁ ମଧ୍ୟ ତା ନାମରେ ଯୌନ ଉତ୍ପୀଡନ ମାମଲା ରହିଛି।

Leave a Reply

Your email address will not be published. Required fields are marked *